Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜନ୍ମଦିନରେ ପ୍ରଭାସଙ୍କୁ ଗିଫ୍ଟ ଦେଲେ ନିର୍ମାତା, ରିଲିଜ୍ କଲେ ଫିଲ୍ମ ‘ରାଧେ ଶ୍ୟାମ୍’ ଟିଜର୍

23/10/2021 at 3:16 PM

ମୁମ୍ବାଇ ୨୩/୧୦: ସାଉଥ୍ ସୁପରଷ୍ଟାର ପ୍ରଭାସ ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ‘ରାଧେ ଶ୍ୟାମ’ର ନିର୍ମାତା ଆଜି ଫିଲ୍ମର ଟିଜର ରିଲିଜ କରିଛନ୍ତି। ଏହା ମାଧ୍ୟମରେ ନିର୍ମାତାମାନେ ତାଙ୍କ ପ୍ରଶଂସକଙ୍କୁ ଏକ ଟ୍ରିଟ୍ ଦେଇଛନ୍ତି। ଟିଜରରେ ପ୍ରଭାସଙ୍କ ବିକ୍ରମାଦିତ୍ୟ ଅବତାରକୁ ନିର୍ମାତାମାନେ ପ୍ରକାଶ କରିଛନ୍ତି। ଜାନୁଆରୀ ୧୪ ରେ ‘ରାଧେ ଶ୍ୟାମ’ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଭାସଙ୍କ ବ୍ୟତୀତ ପୂଜା ହେଗଡେ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ଟିଜର ରିଲିଜ ହେବାର କିଛି ସମୟ ହୋଇଛି ପ୍ରଭାସ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଟିଜର ଦେଖି ପ୍ରଶଂସକମାନେ ତାଙ୍କ ଲୁକ୍ ସହିତ ତାଙ୍କ ସ୍ୱରକୁ ବହୁତ ପ୍ରଶଂସା କରୁଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି – ‘ଏହି ସ୍ୱର ମୋତେ ପାଗଳ କରିଦେଇଛି’। ଅନ୍ୟ ଜଣେ ଲେଖିଛନ୍ତି- ‘କେବଳ ଜାନୁଆରୀ ୧୪ କୁ ଅପେକ୍ଷା’।

ରାଧେ ଶ୍ୟାମ୍ ଏକ ପିରିୟଡ୍ ରୋମାଣ୍ଟିକ୍-ଡ୍ରାମା ଫିଲ୍ମ। ଏହା ଏକ ବହୁଭାଷୀ ଫିଲ୍ମ, ଯାହା ହିନ୍ଦୀ ବ୍ୟତୀତ ଇଂରାଜୀ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଏହି ଫିଲ୍ମଟିକୁ ରାଧା କୃଷ୍ଣ କୁମାର ନିର୍ଦ୍ଦେଶନା ଦେଇଛନ୍ତି, ଏହାର ନିର୍ମାତା ଭାମସି କୃଷ୍ଣ ରେଡ୍ଡୀ, ପ୍ରମୋଦ ଉପପାଲପତି ଏବଂ ଭୂଷଣ କୁମାର ଅଛନ୍ତି। ଏହା ହେଉଛି ପ୍ରଭାସଙ୍କ କ୍ୟାରିୟରର ୨୦ ତମ ଫିଲ୍ମ।

   Related Posts