Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିଗ୍‌ବସ୍ ୧୪ରେ ବିଗ୍ ଏଣ୍ଟ୍ରି କରିବେ ରାଧେ ମା’ !

2/09/2020 at 4:52 PM

ମୁମ୍ବାଇ ୦୨/୦୯- ଟେଲିଭିଜିନର ବିବାଦୀୟ ରିୟଲିଟି ଶୋ’ ବିଗ୍ ବସ୍ ୧୪ର ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରଥମେ ଶୋ’ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ଆଲୋଚନା ହେଉଥିଲା। ଏବେ କିନ୍ତୁ ଅକ୍ଟୋବରରେ ଅନ୍ ଏୟାର ହେବ ବୋଲି କୁହାଯାଉଛି। ତେବେ ଚଳିତ ସିଜନ ପାଇଁ ରାଧେ ମା’ଙ୍କୁ ଅାପ୍ରୋଚ କରାଯାଇଛି। ରାଧେ ମା’ ନାଁରେ ପରିଚିତ ସୁଖବିନ୍ଦର ସିଂହଙ୍କୁ ଗତବର୍ଷ ବିଗବସ୍ ସିଜନ୍ ୧୩ ପାଇଁ ମଧ୍ୟ ଆପ୍ରୋଚ କରାଯାଇ ଥିଲା। ମାତ୍ର ସେତେବେଳେ ସେ ଶୋ’ରେ ଏଣ୍ଟ୍ରି କରି ନ ଥିଲେ।

ସଲମାନଙ୍କ ଦ୍ବାରା ସଂଚାଳିତ ଏଥର ଶୋ’ରେ ନଜର ଆସିପାରନ୍ତି ରାଧେ ମା’। ଯଦି ଶୋ’ରେ ତାଙ୍କର ଏଣ୍ଟ୍ରି ହୁଏ, ତାହେଲେ ଦର୍ଶକଙ୍କ ମନୋରଞ୍ଜନ ନିଶ୍ଚିତ ଅଧିକ ହେବ। ସେଲିବ୍ରିଟିଙ୍କ ସହ ଗୋଟିଏ ଘରେ କିଭଳି ଚଳିବେ ଦର୍ଶକ ନିହାତି ଦେଖିବାକୁ ଇଚ୍ଛା କରିବେ।

ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଦୌରଗଲା ଗାଁରେ ରାଧେ ମାଙ୍କ ଜନ୍ମ। ଖୁବ୍ କମ୍ ବୟସରୁ ସେ ଆଧ୍ୟାତ୍ମିକ ପ୍ରତି ମନ ବଳାଇ ଥିଲେ। ତା’ପରେ ସେ ଯାହା କିଛି ରୋଜଗାର କଲେ ସେଥିରେ ଗରିବ ଲୋକଙ୍କୁ ସାହାଯ୍ୟ କଲେ। ଏବେ ସେ ଶ୍ରୀ ରାଧେ ଗୁରୁ ମା ଚାରିଟେବଲ୍ ଟ୍ରଷ୍ଟ ପରିଚାଳିତ କରୁଛନ୍ତି। କିଛି ଦିନ ତଳେ ସେ ପିଏମ୍ କେୟାର୍ ଫଣ୍ଡକୁ ୧୫ ଲକ୍ଷ ଟଙ୍କା ଦାନ କରିଥିଲେ।

ରାଧେ ମା’ଙ୍କ ବ୍ୟତୀତ ଜସ୍ମିନ୍ ଭସିନ୍, ନିୟା ଶର୍ମା, ନଳିନୀ ନେଗି, ନୈନା ସିଂହ ପ୍ରମୁଖ ଷ୍ଟାର୍ ଏଣ୍ଟି ନେବା କୁହାଯାଉଛି। କରୋନା ଯୋଗୁ ଶୋ’ରେ ଅନେକ ପରିବର୍ତନ ମଧ୍ୟ ଦେଖିବାକୁ ମିଳିବ। ରିପୋର୍ଟ ଅନୁସାରେ ବିଗବସ୍-୧୪ ଜଙ୍ଗଲ ଥିମ୍ ଉପରେ ଆଧାରିତ ହେବ।

   Related Posts