ରାଧାଷ୍ଟମୀରେ ରହିଛି ବିଶେଷ ଆୟୁଷ୍ମାନ ଯୋଗ: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି

Published By : Prameya-News7 Bureau | September 06, 2021 IST

ଭୁବନେଶ୍ୱର ୦୬/୦୯ : ହିନ୍ଦୁ ଧର୍ମରେ ରାଧାଷ୍ଟମୀର ବିଶେଷ ମହତ୍ତ୍ୱ ରହିଛି। ରାଧାଷ୍ଟମୀରେ ରାଧାକୁ ପୂଜା କରାଯାଏ ଓ ବ୍ରତ ମଧ୍ୟ ପାଳନ କରାଯାଏ। ରାଧାଷ୍ଟମୀ ପୂଜା କଲେ ସବୁ ଦୁଃଖ ଦୂର ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ କେବେ ପଡିବ ରାଧାଷ୍ଟମୀ ପର୍ବ...

ହିନ୍ଦୁ ପାଞ୍ଜି ଅନୁସାରେ ରାଧାଷ୍ଟମୀ ପର୍ବ ଆଗାମୀ ୧୪ ତାରିଖ, ମଙ୍ଗଳବାର, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପଡିବ। ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ମଧ୍ୟ କୁହାଯାଏ।

ପାଞ୍ଜି ଅନୁସାରେ ୧୪ ତାରିଖ ମଙ୍ଗଳବାର ଦିନ ଜ୍ୟୋଷ୍ଠା ନକ୍ଷତ୍ର ରହିବ। ଜ୍ୟୋଷ୍ଠା ନକ୍ଷତ୍ର ପ୍ରାତଃ ୭ଟା ୫ ମିନିଟ ଯାଏଁ ରହିବ। ଏହାପରେ ମୂଳ ନକ୍ଷତ୍ର ଆରମ୍ଭ ହେବ। ରାଧାଷ୍ଟମୀରେ ବିଶେଷ ଶୁଭ ଯୋଗ ମଧ୍ୟ ରହିଛି। ଏହି ଯୋଗରେ ଆୟୁଷ୍ମାନ ଯୋଗ ସୃଷ୍ଟି ହେବ। ଅର୍ଥାତ ରାଧାଷ୍ଟମୀ ପୂଜା ଓ ବ୍ରତ ଏହି ଯୋଗରେ କରାଯିବ।

{"id":507232,"sizeSlug":"large","linkDestination":"none"}

ରାଧାଷ୍ଟମୀ ବ୍ରତ ବିଶେଷ ପୁଣ୍ୟ ପ୍ରଦାନ କରିଥାଏ ବୋଲି କୁହାଯାଏ। ଏହି ବ୍ରତ ପାଳନ କଲେ ସବୁ ପ୍ରକାର କଷ୍ଟ ଦୂର ହୋଇଥାଏ। ଏହା ଧନ ସମସ୍ୟା ମଧ୍ୟ ଦୂର କରିଥାଏ। ସଧବା ମହିଳା ଏହି ଦିନ ବ୍ରତ ପାଳନ କରି ରାଧାଙ୍କୁ ପୂଜା କରିଥାନ୍ତି। ଏହିଦିନ ମହିଳାମାନେ ବ୍ରତ ପାଳନ କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି। ଏହି ଦିନ ରାଧାଙ୍କୁ ପୂଜା କଲେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତ ହୁଏ।

ପୂଜା ବିଧି - ସକାଳୁ ଉଠି ସ୍ନାନ ଆଦି ସାରି ସ୍ଵଛ ବସ୍ତ୍ର ଧାରଣା କରିବା ଉଚିତ। ଏହାପରେ ମଣ୍ଡପରେ ଆସନ ତିଆରି କରି ମଧ୍ୟଭାଗରେ ମାଟି କିମ୍ବା ତମ୍ବା କଳସ ସ୍ଥାପନ କରିବେ। କଳସରେ ତମ୍ବା ପାତ୍ର ରଖି ଏହା ଉପରେ ରାଧାଙ୍କ ମୂର୍ତ୍ତି ସ୍ଥାପିତ କରିବେ। ଏହାପରେ ଷୋଡଶ ଉପଚାରରେ ରାଧାଙ୍କୁ ପୂଜା କରିବେ। ବିଧି ବିଧାନ ଅନୁଯାୟୀ ପୂଜା କରି ଦିନ ସାରା ବ୍ରତ ପାଳନ କରିବେ। ଆର ଦିନ ଶ୍ରଦ୍ଧା ପୂର୍ବକ ଦାନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.