Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଦିଲ୍ଲୀରେ ପ୍ରସ୍ତୁତ ହେଲା ବିଶ୍ଵର ସବୁଠୁ ବଡ କରୋନା ସେଣ୍ଟର, ୧୦ ହଜାର ବେଡ୍‌ ସହ ରହିଛି ଏସବୁ ସୁବିଧା

28/06/2020 at 3:37 PM

ନୂଆଦିଲ୍ଲୀ ୨୮।୦୭: ଦୁନିଆର ସବୁଠୁ ବଡ କରୋନା ସେଣ୍ଟର ଦିଲ୍ଲୀର ରାଧା ସ୍ଵାମୀ ସତସଙ୍ଗ ବ୍ୟାସ୍ କ୍ୟାମ୍ପରେ ତିଆରି ହୋଇ ପ୍ରସ୍ତୁତ ହୋଇ ଯାଇଛି। ୧୦ ହଜାର ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରରେ ପାଖାପାଖି ଏକ ହଜାର ଡାକ୍ତର ରହିବେ। ବିନା ଲକ୍ଷଣ ଏବଂ ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କୁ ଏଠାରେ ଅଲଗା ଅଲଗା ରଖାଯିବ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ସେଣ୍ଟରକୁ ଦେଖିବା ପାଇଁ ପହଞ୍ଚିଛନ୍ତି।

୧୦ ହଜାର ଶଯ୍ୟା, ବିଶ୍ଵର ସବୁଠୁ ବଡ ହସ୍ପିଟାଲ

ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଧା ସ୍ଵାମୀ ସତସଙ୍ଗ୍ ବ୍ୟାସ୍ କ୍ୟାମ୍ପରେ ଏହି କରୋନ ସେଣ୍ଟର କରାଯାଇଛି। ଏଥିରେ ୧୦ ହଜାର ଶଯ୍ୟାର ସୁବିଧା ରହିଛି, ଯାହା ବିଶ୍ଵର କୌଣସି ହସ୍ପିଟାଲରେ ନାହିଁ। ଏହାକୁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।

ପ୍ରାୟ ୨୨ ଫୁଟବଲ୍‌ ପଡିଆ ସହ ସମାନ

ରାଧା ସ୍ଵାମୀ ସତସଙ୍ଗ୍ ବ୍ୟାସ୍‌ର ଯେଉଁ ଅଞ୍ଚଳରେ କୋଭିଡ୍ ସେଣ୍ଟର ତିଆରି ହୋଇଛି ସେହି ଜାଗାର କ୍ଷେତ୍ରଫଳ ୧୨,୧୫,୦୦୦ ବର୍ଗ ଫୁଟ୍ ରହିଛି। ଅର୍ଥାତ ୨୨ ଫୁଟବଲ୍‌ର ଏରିଆ ସହ ଏହି ହସ୍ପିଟାଲର କ୍ଷେତ୍ରଫଳ ସମାନ। ୨୨ କିଲୋମିଟରର ଅଣ୍ଡର ଗ୍ରାଉଣ୍ଡ କେବୁଲ୍‌ ଜରିଆରେ ଏଠାରେ ବିଜୁଳି ପ୍ରବନ୍ଧନ କରାଯାଇଛି।

କଣ ରହିଛି ସୁବିଧା

ସୂଚନା ଅନୁଯାୟୀ, ଏଠାରେ ଏକ ହଜାର ଡାକ୍ତର ଓ ପାରାମେଡିକାଲ ଟିମ୍‌କୁ ନିୟୋଜିତ କରାଯିବ। ମୋଟ୍ ୧୦ ହଜାର ଶଯ୍ୟାରୁ ଏକ ହଜାର ଶଯ୍ୟାରେ ଏକ୍ସିଜେନ୍‌ ସୁବିଧା ଉପଲବ୍ଧ ରହିବ। ଗରମକୁ ଦୃଷ୍ଟିରେ ରଖି ୫ ହଜାର ପଙ୍ଖା, ଶୌଚାଳୟ ପାଇଁ ୫ ହଜାର କମୋଡ ଆଦିର ବ୍ୟବସ୍ଥା କରାଯାଇଛି।

ଦୁଇ ଭାଗରେ ରହିବେ ରୋଗୀ

ଛତରପୁର ଇଲାକାରେ ସ୍ଥିତ ରାଧା ସ୍ଵାମୀ ସତସଙ୍ଗ୍‌ ବ୍ୟାସ୍‌ର ପରିସରରେ ନିର୍ମିତ ଏହି କୋଭିଡ୍ କେନ୍ଦ୍ର ଦୁଇ ଭାଗ ରହିବ। ଗୋଟିଏ ଭାଗରେ ଲକ୍ଷଣ ନଥିବା ରୋଗୀ ଏବଂ ଅନ୍ୟ ଭାଗରେ ଲକ୍ଷଣ ଦେଖାଯାଉଥିବା ରୋଗୀ ରହିବେ।

ITBP ଜଗିବେ ପ୍ରବନ୍ଧନ

ରାଧା ସ୍ଵାମୀ ସତସଙ୍ଗ୍‌ ବ୍ୟାସ୍‌ କୋଭିଡ୍ ସେଣ୍ଟରର ଦାୟିତ୍ଵ ଭାରତ-ତିବ୍ବତ ସୀମା ପୋଲିସ(ITBP)କୁ ଦିଆଯାଇଛି। ସେମାନେ ନୋଡାଲ ଏଜେନ୍ସି ଭାବେ କାମ କରିବେ। ଦିଲ୍ଲୀରେ ଏ ପର୍ଯ୍ୟନ୍ତ ପ୍ରାୟ ୮୦ ହଜାର ଜଣ କରୋନା ସଂକ୍ରମିତ ଅଛନ୍ତି। ଏଥିରୁ ପ୍ରାୟ ୨୫୦୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି।

   Related Posts