ଆଜିଠୁ କେନ୍ଦ୍ରଶାସିତ ଅଞ୍ଚଳ ହେଲା ଜମ୍ମୁ-କାଶ୍ମୀର ଓ ଲଦାଖ : ଉପ-ରାଜ୍ୟପାଳ ଭାବେ ଶପଥ ନେଲେ ରାଧାକ୍ରିଷ୍ଣ ମାଥୁର ଏବଂ ଗିରିଶ ଚନ୍ଦ୍ର ମୁର୍ମୁ

Published By : Prameya-News7 Bureau | October 31, 2019 IST

ଆଜିଠୁ କେନ୍ଦ୍ରଶାସିତ ଅଞ୍ଚଳ ହେଲା ଜମ୍ମୁ-କାଶ୍ମୀର ଓ ଲଦାଖ । ଲଦାଖର ପ୍ରଥମ ଉପ-ରାଜ୍ୟପାଳ ଭାବରେ ଶପଥ ନେଲେ ରାଧାକ୍ରିଷ୍ଣ ମାଥୁର । ଉମଙ୍ଗ ନରୁଲା ପ୍ରଥମ ଉପ-ରାଜ୍ୟପାଳଙ୍କର ପରାମର୍ଶଦାତା ଭାବରେ ନିଯୁକ୍ତି ପାଇଛନ୍ତି । ସେହିପରି ଏସ.ଏସ ଖଣ୍ଡାରେ ପୋଲିସ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ।

ସେହିପରି ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପ-ରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ । ଆଜିଠୁ ଭାରତରେ ଗୋଟିଏ ରାଜ୍ୟ କମ୍ ହେବ ଏବଂ ଦୁଇଟି ଅଧିକ କେନ୍ଦ୍ର ଶାସିତ ଅଞ୍ଚଳ ହେବ । ଏହି ପରିପ୍ରେକ୍ଷୀରେ ଜାମ୍ମୁ-କାଶ୍ମୀରରେ ଆଜିଠୁ ନୂଆ ନିୟମ ଲାଗୁ ହେବ ।

ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳଙ୍କ ସ୍ଥାନରେ ଉପ ରାଜ୍ୟପାଳ ରହିବେ । ଦିଲ୍ଲୀ ପରି ବିଧାନସଭା ଗଠନ ହେବ । ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ପରିବର୍ତ୍ତେ ୫ ବର୍ଷ ରହିବ । ଆଇନ ବ୍ୟବସ୍ଥାର ଦାୟିତ୍ଵ କେନ୍ଦ୍ର ସରକାରଙ୍କ ଉପରେ ରହିବ । ଆରପିସି ସ୍ଥାନରେ ଆଇପିସି ଲାଗୁ ହେବ  । ଉର୍ଦ୍ଦୁ ଜାଗାରେ ହିନ୍ଦୀ, ଇଂରାଜୀ  ସରକାରୀ ଭାଷା ହେବ । ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ ସହିତ ରାଜ୍ୟର ପୁନର୍ଗଠନ ପୂର୍ବକ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ଘୋଷଣା ହୋଇଥିଲା । ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ପୁନର୍ଗଠନ ବିଧେୟକ ୨୦୧୯ ପାରିତ ହେବା ପରେ ରାଷ୍ଟ୍ରପତି ଏହା ଉପରେ ସ୍ଵାକ୍ଷର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.