Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭୁବନେଶ୍ବରର ଏକ କନସଲଟାନ୍ସିରେ ଚାଲିଥିଲା ସେକ୍ସ ରାକେଟ୍ : ୪ ଯୁବତୀ ଉଦ୍ଧାର, ଦଲାଲ ଗିରଫ

25/10/2021 at 1:06 PM

ଭୁବନେଶ୍ବର ୨୫।୧୦: ରାଜଧାନୀରେ ଲମ୍ବୁଛି ଅପରାଧର ଫର୍ଦ୍ଦ । ଗୋଟିଏ ପଟେ ଧଳାଜହର ମାଫିଆ ସହରରେ ରାଜ୍ କରୁଥିବା ବେଳେ ଅନ୍ୟପଟେ ଦେହ ବ୍ୟବସାୟର ଆଡା ଜମୁଛି । ଅପରାଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇ ପାରୁନି ପୋଲିସ । ଅପରାଧୀଙ୍କ ଅପରାଧ ଧିରେ ଧିରେ ବଢି ବଢି ଚାଲିଛି ।

ଭୁବନେଶ୍ବରର ମଞ୍ଚେଶ୍ବର ଥାନା ସତ୍ୟ ବିହାର ଅଞ୍ଚଳରେ ଥିବା ଏକ କନସଲଟାନ୍ସି ନାଁରେ ଚାଲିଥିବା ଦେହ ବ୍ୟବସାୟ । ଚଢାଉ କରି ୪ ଜଣ ଯୁବତୀଙ୍କ ସହ ଜଣେ ଦଲାଲକୁ ଗିରଫ କରିଛି କମିଶନରେଟ୍ ପୋଲିସ । ତେବେ ଏହି ସ୍ଥାନରେ କନସଲଟାନ୍ସି ନାଁରେ ଦେହ ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗ ପାଇଥିଲା କମିଶନରେଟ୍ ପୋଲିସ । ଅଭିଯୋଗ ପାଇବା ପରେ ଉକ୍ତ ସ୍ଥାନରେ ଚଢାଉ କରିଥିଲା କମିଶନରେଟ୍ ପୋଲିର ଏକ ଟିମ୍ । ତେବେ ଚଢାଉ ବେଳେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହାସହ ଜଣେ ଦଲାଲକୁ ଗିରଫ କରିଛି ପୋଲିସ । ଅନ୍ୟ ଜଣ ବାଡ ଡେଇଁ ଫେରାର ହୋଇଯାଇଥିବା ଜଣାପଡିଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts