Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ହାଇ-ପ୍ରୋଫାଇଲ୍ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ୭ ଯୁବତୀ ଉଦ୍ଧାର, ଘର ମାଲିକ ସମେତ ୫ ଗିରଫ

19/09/2020 at 3:53 PM

ଲକ୍ଷ୍ନୌ ୧୯।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ହାଇ-ପ୍ରୋଫାଇଲ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ ହୋଇଛି । ଶିବାଜୀପୁରମ୍ ଶିବାନୀ ବିହାର ସ୍ଥିତ ଏକ ଘରେ ପୋଲିସ ଚଢାଉ କରି ୭ ଜଣ ଯୁବତୀଙ୍କ ସହ ୫ ଜଣ ପୁରୁଷଙ୍କୁ ଗିରଫ କରିଛି । ଏହା ସହ ପୋଲିସ ବହୁ ବିଳାସପୂର୍ଣ୍ଣ ଗାଡି, ମୋବାଇଲ ଏବଂ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ।

ପୋଲିସର ସୂଚନା ଅନୁସାରେ ଗିରଫ ହୋଇଥିବା ଲୋକଙ୍କୁ ପଚରାଉଚରା କରାଯିବା ପରେ ଅନେକ ଗୁମର ଫିଟିଥିଲା । ମଧ୍ୟପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରୁ ଯୁବତୀମାନଙ୍କୁ ଅଣାଯାଇ ଏହି ଘରେ ରାକେଟ୍ ଚଳାଇଥିଲେ କିଙ୍ଗପିନ୍ । ଏହା ବ୍ୟତୀତ ନିକଟସ୍ଥ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଯୁବତୀମାନଙ୍କୁ ଅଣାଯାଇ ରାକେଟ୍ ରେ ନିୟୋଜିତ କରାଯାଉଥିଲା ।

ଏହି ଅଞ୍ଚଳରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସେହି ଅଞ୍ଚଳରେ ଥିବା ଏକ ଘରେ ଚଢାଉ କରିଥିଲା । ଚଢାଉ ସମୟରେ ସେହି ଘରୁ ୭ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ୫ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଘର ମାଲିକ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି ।

   Related Posts