ଦୁଇ ଦୁଇଟି ସେକ୍ସ ରାକେଟ୍ ଠାବ, ୨ ମହିଳା ଓ ୬ ଯୁବକ ଗିରଫ
27/12/2020 at 8:12 AM

ମାଲକାନଗିରି ୨୭।୧୨: ମାଲକାନଗିରିରେ ସେକ୍ସ ରାକେଟ୍ ଠାବ । ମାଲକାନଗିରି ଟେକବାଡି ସାହି ଓ ମଲ୍ଲିକେଶ୍ବର କଲୋନୀରେ ଚଢାଉ କରି ଦୁଇଟି ସ୍ଥାନରେ ଚାଲିଥିବା ସେକ୍ସ ରାକେଟକୁ ଠାବ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଥିବା ଦୁଇ ମହିଳା ଓ ୬ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ମଲ୍ଲିକେଶ୍ବର କଲୋନୀର ଏକ ଭଡା ଘରେ ସମ୍ବଲପୁରରୁ ଯୁବତୀମାନଙ୍କୁ ଆଣି ଦୀର୍ଘ ଦିନ ଧରି ଏହି ଦେହ ବ୍ୟବସାୟ ଚାଲିଥିଲା । ସେହିଭଳି ଟେକବାଡି ସାହିରେ କଲିକତାରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟ କରାଯାଉଥିବା ପୋଲିସ କହିଛି ।

ଗିରଫ ଯୁବକମାନେ ହ୍ବାଟସଆପ୍ ରେ ଫଟୋ ସେୟାର କରି ଗ୍ରାହକମାନଙ୍କୁ ଡାକୁଥିବା ଜଣାପଡିଛି । ସେମାନଙ୍କଠାରୁ ପୋଲିସ ୩ଟି ବାଇକ୍ ସହ ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି ।
Related Posts
ରାସ୍ତା ପାର ହେବା ବେଳେ ଚାପି ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଯୁବତୀ
20 January 2021
ସମ୍ ହସ୍ପିଟାଲ୍ରେ ଜାରି ରହିଛି ଶତ ପ୍ରତିଶତ ଟୀକାକରଣ
20 January 2021
ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର
20 January 2021