Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆଜି ମହାନ୍ କବି ଏବଂ ଔପନ୍ୟାସିକ ରବୀନ୍ଦ୍ରନାଥ ଟାଗୋରଙ୍କ ପୁଣ୍ୟତିଥି : ପାଇଥିଲେ ନୋବେଲ୍ ପୁରସ୍କାର

7/08/2020 at 10:37 AM

ନୂଆଦିଲ୍ଲୀ ୭/୮: ମହାନ ରଚୟିତା ରବୀନ୍ଦ୍ରନାଥ ଟାଗୋରଙ୍କ ଆଜି ୭୯ତମ ପୁଣ୍ୟତିଥି। ରବୀନ୍ଦ୍ରନାଥ ଟାଗୋରଙ୍କୁ ଗୁରୁଦେବ ନାମରେ ମଧ୍ୟ ଜଣାଯାଏ। ୧୯୪୧ ମସିହା ଅଗଷ୍ଟ ୭ତାରିଖରେ ସେ ଏହି ସଂସାରକୁ ତ୍ୟାଗ କରିଥିଲେ। ଟାଗୋର ଜଣେ ପ୍ରତିଭାବାନ୍ ବ୍ୟକ୍ତି ଥିଲେ। ଟାଗୋର କବିତା,ସାହିତ୍ୟ,ଦର୍ଶନ,ନାଟକ,ସଙ୍ଗୀତ ଏବଂ ଚିତ୍ର ସମେତ କେତେକ ବିଦ୍ୟାରେ ପ୍ରତିଭାର ପରିଚୟ ଦେଇଥିଲେ।

ମହାକାବ୍ୟ ଗୀତାଞ୍ଜଳୀ ପାଇଁ ଟାଗୋରଙ୍କୁ ସାହିତ୍ୟର ନୋବେଲ୍ ଦିଆଯାଇଥିଲା। ସାହିତ୍ୟରେ ନୋବେଲ୍ ଜିତିଥିବା ସେ ଏକୁଟିଆ ଭାରତୀୟ ଅଟନ୍ତି। ସାହିତ୍ୟ କ୍ଷେତ୍ରରେ ରୁଡୟାର୍ଡ଼ କିପଲିଂଙ୍କୁ ମଧ୍ୟ ନୋବେଲ୍ ମିଳିଛି କିନ୍ତୁ ସେ ଭାରତରେ ଜନ୍ମ ହୋଇଥିଲେ ବି ମୂଳ ରୂପରେ ବ୍ରିଟିଶ୍।

 ୧୮୬୧ମସିହା ମେ ୭ତାରିଖରେ କୋଲକାତାରେ ଟାଗୋରଙ୍କ ଜନ୍ମ ହୋଇଥିଲା। ପିତା ଦେବେନ୍ଦ୍ରନାଥ ଟାଗୋର ଏବଂ ମାଆ ଶାରନା ଦେବୀ ତାଙ୍କୁ ଖୁବ୍ ଆଦର କରିଥିଲେ। ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଟାଗୋର ଇଂଲଣ୍ଡରେ ଆଡମିସନ କରିଥିଲେ। ସେ ଲଣ୍ଡନ ୟୁନିଭର୍ସିଟିରୁ ଆଇନ୍ ଶିକ୍ଷା ପ୍ରାପ୍ତ କରିଥିଲେ। ଡିଗ୍ରୀ ପୂର୍ବରୁ ସେ ଭାରତ ଫେରି ଆସିଥିଲେ।

ଟାଗୋର,ମହାତ୍ମା ଗାନ୍ଧୀଙ୍କୁ ବହୁତ ସମ୍ମାନ କରୁଥିଲେ। ଅନେକ ଥର ସେମାନଙ୍କ ମଧ୍ୟରେ କେତେକ ବିଷୟକୁ ନେଇ ଭିନ୍ନ ରାୟ ହେଉଥିଲା। ଟାଗୋରଙ୍କ ଦୃଷ୍ଟିକୋଣ ଅଧିକ ତାର୍କିକ ଥିଲା। ଟାଗୋର ଗାନ୍ଧୀଙ୍କୁ ମହାତ୍ମା ଉପାଧି ଦେଇଥିଲେ।

ଟାଗୋରଙ୍କୁ ଜାତୀୟ ଗୀତର ରଚୟିତା ଭାବେ ମଧ୍ୟ ଜଣା ଯାଇଥାଏ। ଭାରତର ଜାତୀୟ ଗୀତ ‘ଜନ ଗଣ ମନ ଅଧିନାୟକ’ ତାଙ୍କରି ରଚନା। କେବଳ ଏତିକି ନୁହେଁ ବାଙ୍ଗଲାଦେଶର ଜାତୀୟ ଗୀତ ‘ଆମାର ସୋନାର ବାଙ୍ଗଲା’ ମଧ୍ୟ ତାଙ୍କରି ରଚନା। ଏପରିକି ଶ୍ରୀଲଙ୍କାର ଜାତୀୟ ଗୀତ ମଧ୍ୟ ତାଙ୍କ କବିତାରୁ ପ୍ରେରିତ ହୋଇଛି। ସେ ପାଖାପାଖି ୨,୨୩୦ଗୀତ ରଚନା କରିଛନ୍ତି।

ରବୀନ୍ଦ୍ରନାଥ ଟାଗୋରଙ୍କ କିଛି ପ୍ରସିଦ୍ଧ ରଚନା ହେଉଛି- ହୈମାନ୍ତି,କାବୁଲିବାଲା,କ୍ଷୁଦିତା ପଶ୍ନ,ମୁସଲମାନିର ଗୋଲ୍ପୋ। ପ୍ରସିଦ୍ଧ ଉପନ୍ୟାସ ହେଉଛି- ଚତୁରଙ୍ଗା,ଗୋରା,ଜୋଗଜୋଗ,ଘରେ ବାୟର। ତାଙ୍କ ଲିଖିତ ଗୀତାଞ୍ଜଳି ନାମକ କବିତା ସବୁଠୁ ବଡ଼ ଉପଲବ୍ଧି ହାସଲ କରିଛି। ଏହା ତାଙ୍କର ଶେଷ ରଚନା ଥିଲା ଏବଂ ଗୀତାଞ୍ଜଳି ପାଇଁ ତାଙ୍କୁ ୧୯୧୩ମସିହାରେ ନୋବେଲ୍ ପୁରସ୍କାର ମଧ୍ୟ ଦିଆଯାଇଥିଲା। ଟାଗୋର ନୋବେଲ୍ ପୁରସ୍କାର ପାଇଥିବା ପ୍ରଥମ ଅଣ-ୟୁରୋପୀୟ ଥିଲେ।

   Related Posts