ବିଜେଡିରୁ ଇସ୍ତଫା ଦେଇ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ରବୀନ୍ଦ୍ର, ରାଜନଗର ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରେ।ଧରେ ନବୀନ ନିବାସ ଆଗରେ ଧାରଣା
5/04/2019 at 6:01 PM

ଭୁବନେଶ୍ବର୫|୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରବି ମଲ୍ଲିକ , ତାଙ୍କୁ ଦଳ ଏଥର କାକଟପୁରରୁ ଟିକେଟ ନ ଦେବାରୁ ସେ ଇସ୍ତଫା ଦେଇଛନ୍ତି । ଏହାସହିତ ସେ ଜିଲ୍ଲା ଯୋଜନା ବୋର୍ଡରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରୁ କରୁ ଭେଁ ଭେଁ ହୋଇ କାନ୍ଦି ପକାଇଥିଲେ ରବୀନ୍ଦ୍ର । ସେପଟେ ରାଜନଗର ରୁ ବିଜେଡି ପ୍ରାର୍ଥୀ ହେ।ଇଥିବା ଧ୍ରୁବ ସାହୁ ଙ୍କ ପ୍ରର୍ଥୀତ୍ବ କୁ ବିରେ।ଧ କରି ଧରଣା ଦେଇଛନ୍ତି ଅସନ୍ତୁଷ୍ଟ କର୍ମୀ ।

ରବୀନ୍ଦ୍ର ମଲ୍ଲିକଙ୍କ ଆଖିରେ ଲୁହ । ଗଣମାଧ୍ୟମ ସାମନାରେ କ୍ଷୋଭଭରା କଣ୍ଠରେ ଦଳ ର ଅଣଦେଖାକୁ ବର୍ଣ୍ଣନା କଲେ ବିଜେଡି ନେତା ରବୀନ୍ଦ୍ର ମଲ୍ଲିକ । ବିଜେଡିରୁ ଇସ୍ତଫା ଦେଲା ପରେ କିଭଳି ଦଳ ତାଙ୍କୁ ଅଣଦେଖା କଲା ଏବଂ ଅନ୍ୟ ଦଳ ରୁ ପ୍ରାର୍ଥୀ ଙ୍କୁ ଆଣି ଟିକେଟ ଦେବାକୁ ଯେ।ଜନା କଲା ତାହା ବଖାଣି ଛନ୍ତି ରବିନ୍ଦ୍ର। କାକଟପୁର ନିର୍ବାଚନୀ ମଣ୍ଡଳୀରୁ ବିଜେଡି ଟିକେଟରୁ ଆଶାୟୀ ରବିନ୍ଦ୍ର ମଲ୍ଲିକ ୨୦୦୯ ରେ ବିଧାୟକ ଜିତିଥିଲେ, ମଧ୍ୟ ତାଙ୍କୁ ୨୦୧୪ ରେ ଟିକେଟ ମିଳି ନଥିଲା । ତା ପରେ ବି ସେ ଗତ ୫ ବର୍ଷ ଧରି ଦଳର ସଂଗଠନ କାର୍ଯ୍ୟ କରୁଥିଲେ । ଆଜି ସେ ବିଜେଡି ରୁ ଇସ୍ତଫା ଦେଇ ବିଜେପିରେ ମିଶିବେ ବେ।ଲି ସଙ୍କେତ ଦେଇଛନ୍ତି । ବିଜେପି ତାଙ୍କୁ ତୁଷାରକାନ୍ତ ବେହେରାଙ୍କ ସ୍ଥାନରେ ନିର୍ବାଚନ ମଇଦାନକୁ ଓଲ୍ଲାଇବ । ପୂର୍ବରୁ ତୁଷାରକାନ୍ତ ବିଜେପି ଟିକେଟ ନେଇସାରିଲା ପରେ ବିଜେଡିରେ ମିଶିଥିଲେ ।

ବିଜେଡି ଟିକେଟରୁ ବଚିଂତ ନେତାଏ ଯେ କେବଳ ଅସୋନ୍ତଷ ବ୍ୟକ୍ତ କରୁଛନ୍ତି ତା ନୁହେଁ , ଟିକେଟ ପାଇସାରିଥିବା ନେତାଙ୍କ ବିରେ।ଧ ରେ ମଧ୍ୟ ଅସୋନ୍ତଷ କିଛି କମ ନାହିଁ । ରାଜନଗର ନିର୍ବାଚନମଣ୍ଡଳିରୁ ବିଜେଡି ଟିକେଟ ନେଇଥିବା ଧ୍ରୁବ ସାହୁଙ୍କ ପ୍ରାର୍ଥୀତ୍ବ କୁ ବିରେ।ଧ କରି ଅସନ୍ତୁଷ୍ଟ ନେତା ଓ କର୍ମୀ ଗର୍ଜିଛନ୍ତି। ଧ୍ରୁବ ସାହୁଙ୍କ ନାଁ ରେ ଦୁର୍ନୀତି ଅଭିଯେ।ଗ ଥିବା ବେଳେ ତାଙ୍କୁ କାହିଁକି ଟିକେଟ ଦିଆଗଲା ବେ।ଲି ଶତାଧିକ କର୍ମୀ, ନବୀନ ନିବାସ ଆଗରେ ଧାରଣା ଦେଇଛନ୍ତି । ଧ୍ରୁବ ସାହୁଙ୍କ ଟିକେଟ ପ୍ରତ୍ୟାହାର ନ ହେଲେ ସେମାନେ ତାଙ୍କୁ ହରାଇବାକୁ କାର୍ଯ୍ୟ କରିବେ ବେ।ଲି ଚେତାବନୀ ଦେଇଛନ୍ତି ।

କେବଳ ରବି ମଲ୍ଲିକ ଯେ ଇସ୍ତଫା ଦେଲା ବେଳେ କାନ୍ଦି ପକାଇଲେ ତାହା ନୁହେଁ, ବିଜେପି ନେତା ସୁବାସ ଚୌହାନ, ଦଳ ଛାଡିଲା ବେଳେ ମଧ୍ୟ ନିଜ କୋହକୁ ଚାପି ରଖିପାରି ନଥିଲେ । ସେହିପରି ବିଜେପି ନେତ୍ରୀ ବିଜୟ ଲକ୍ଷ୍ମୀଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ । ଟିକେଟ ନ ମିଳିବାରୁ କଗ୍ରେଂସ ନେତ୍ରୀ ସୁମିତ୍ରା ଜେନାଙ୍କ ଆଖି ବି ଝରି ଥିଲା ଲୁହ ।

କେବଳ ରବି ମଲ୍ଲିକ ଯେ ଇସ୍ତଫା ଦେଲା ବେଳେ କାନ୍ଦି ପକାଇଲେ ତାହା ନୁହେଁ, ବିଜେପି ନେତା ସୁବାଷ ଚୌହାନ, ଦଳ ଛାଡିଲା ବେଳେ ମଧ୍ୟ ନିଜ କେ।ହ କୁ ଚାପି ରଖିପାରି ନଥିଲେ ।ସେହିପରି ବିଜେପି ନେତ୍ରୀ ବିଜୟ ଲକ୍ଷ୍ମୀ ଙ୍କ ଆଖି ରେ ଦେଖିବାକୁ ମିଳିଥିଲା ଲୁହ ।ଟିକେଟ ନ ମିଳିବାରୁ କଗ୍ରେଂସ ନେତ୍ରୀ ସୁମିତ୍ରା ଜେନା ଙ୍କ ଆଖି ରୁ ଝରି ଥିଲା ଲୁହ ।
