ରାଜକୋଟ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ପ୍ରଥମ ଶତକ, ୬୪୯ ରନରେ ପାଳି ଘୋଷଣା କଲା ଭାରତ

Published By : Prameya-News7 Bureau | October 05, 2018 IST

ରାଜକୋଟ ୫/୧୦ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରାଜକୋଟରେ ଚାଲିଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଧୂଆଁ ଧାର ବ୍ୟାଟିଂ କରିଛନ୍ତି | ବିରାଟ କୋହଲିଙ୍କ ପରେ ରବୀନ୍ଦ୍ର ଜାଡେଜା ମଧ୍ୟ ଶତକ ହାସଲ କରିଛନ୍ତି | ରବୀନ୍ଦ୍ର ଜାଡେଜାଙ୍କ ଏହା ପ୍ରଥମ ଟେଷ୍ଟ ଶତକ | ଏହି ଶତକ ମଧ୍ୟରେ ସେ ୫ଟି ଚୌକା ଓ ୫ଟି ଛକ୍କା ମାରିଛନ୍ତି | ନିଜ ଘରୋଇ ପଡିଆରେ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଓହ୍ଲାଇଥିବା ରବୀନ୍ଦ୍ର ଜାଡେଜା ପ୍ରଥମେ ଅତି ସତର୍କତାର ସହ ଖେଳିଥିଲେ | ତେବେ ଅର୍ଦ୍ଧ ଶତକ ହାସଲ କରିବା ପରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଶତକ ପୂରଣ କରିଥିଲେ | ସବୁଠୁ ଅଧିକ ଇନିଂସ ଖେଳିବା ପରେ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ରବୀନ୍ଦ୍ର ଜାଡେଜାଙ୍କ ନାଁ ଚଢ଼ିଛି | ଏହି ତାଲିକାର ଶୀର୍ଷରେ ଅନିଲ କୁମ୍ବଲେଙ୍କ ନାଁ ରହିଛି | ଅନିଲ କୁମ୍ବଲେ ୧୫୦ଟି ଇନିଂସ ଖେଳିବା ପରେ ପ୍ରଥମ ଟେଷ୍ଟ ଶତକ କରିଥିଲେ | ସେହିଭଳି ଦ୍ୱିତୀୟ ସ୍ଥାନରେ ଅଛନ୍ତି ହରଭଜନ ସିଂ | ୧୨୨ଟି ଇନିଂସ ଖେଳିବା ପରେ ହରଭଜନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କ ପ୍ରଥମ ଟେଷ୍ଟ ଶତକ କରିବାରେ ସକ୍ଷମ ହୋଇଥିଲେ | ରବୀନ୍ଦ୍ର ଜାଡେଜା ୫୫ଟି ଇନିଂସ ଖେଳିବା ପରେ ଏହି ଶତକ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.