Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବଲିଉଡ୍‌ରେ ସତ କହିବା ମନା, ଠିକ୍ ଲୋକଙ୍କୁ ମିଳେନି କାମ, କେବଳ ଧମକ ଓ ଯନ୍ତ୍ରଣା : ରବିନା ଟଣ୍ଡନ ଖୋଲିଲେ ମାୟାନଗରୀର ମୁଖା

16/06/2020 at 9:38 PM

ମୁମ୍ବାଇ, ୧୬|୦୬ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ ଜଗତକୁ ଅନେକ ଅଭିନେତା ଓ ଅଭିନେତ୍ରୀ ପରୋକ୍ଷରେ ସମାଲୋଚନା କରିଛନ୍ତି । ସେ କେଉଁ କାରଣରୁ ଡିପ୍ରେସନରେ ଥିଲେ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଆଲୋଚନା । ଏହି ସମୟରେ ବିଟାଉନ୍ ବାବଦରେ ଅନେକ ଗୁମର ଖୋଲିଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ ।

ରବିନା ଟ୍ୱିଟ୍ କରି କହିଛନ୍ତି ଯେ, ଅନେକ ସମୟରେ ଏପରି ହୁଏ କି ଆପଣଙ୍କୁ ଫିଲ୍ମରୁ ହଟାଇ ଦିଆଯାଏ । ହିରୋ ନିଜ ବାନ୍ଧବୀଙ୍କୁ ଫିଲ୍ମରେ ନେଇଥାନ୍ତି । ଏପରିକି ଯେନତେନ ପ୍ରକାରେ ମିଛ ଖବର କରି କଳାକାରଙ୍କ କ୍ୟାରିଅରକୁ ଶେଷ କରିଦିଆଯାଏ । ଅନେକ ସଙ୍ଘର୍ଷ କରିବାକୁ ହୁଏ । କିଛି ଲୋକ ଏହାକୁ ସହ୍ୟ କରିନିଅନ୍ତି ଆଉ କିଛି ସହି ପାରନ୍ତି ନାହିଁ ।

ସେ ଆହୁରି କହିଛନ୍ତି ଯେ, ଏହା ବିରୋଧରେ ଯଦି କେହି ସ୍ୱର ଉତ୍ତୋଳନ କରେ ତେବେ ତାକୁ ମିଛୁଆ, ପାଗଳ କୁହାଯାଏ । ସେ ଇଣ୍ଡଷ୍ଟ୍ରୀ ସହ ଜଡିତ ଥିଲେ ମଧ୍ୟ ଏହା ହିଁ ବାସ୍ତବ ବୋଲି କହିଛନ୍ତି । ଏହା କାହା ସହ ମଧ୍ୟ ହୋଇପାରେ । ଏପରିକି ତାଙ୍କ ଉପରେ ମଧ୍ୟ ଚାପ ପଡିଥିଲା । କିନ୍ତୁ ସେ ଏହାର ମୁକାବିଲା କରିଥିଲେ । କିଛି ଅତି ହୀନ ରାଜନୀତି କରନ୍ତି ବୋଲି ରବିନା କହିଛନ୍ତି ।       

ସୂଚନାଯୋଗ୍ୟ,  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ଗତ ୬ ମାସ ଧରି ସେ ଡିପ୍ରେସନରେ ଥିବା କୁହାଯାଉଛି । ସୁଶାନ୍ତ ୨୦୧୩ରେ ବଡ ପରଦାକୁ ଏଣ୍ଟ୍ରି କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା କାଇ ପୋ ଚେ । ଏହାପରେ ସେ ସୁଦ୍ଧ ଦେଶୀ ରୋମାନ୍ସରେ ନଜର ଆସିଥିଲେ । ୨୦୧୪ରେ ସେ ପିକେରେ ଅନୁଷ୍କା ଶର୍ମାଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିଲେ । ୨୦୧୬ରେ ଏମଏସ ଧୋନୀ- ଦି ଅନଟୋଲ୍ଡ୍ ଷ୍ଟୋରୀ ସବୁଠାରୁ ଅଧିକ ହିଟ୍ ହୋଇଥିଲା ।

   Related Posts