ବିଦେଶରେ ଜନ୍ମ ହୋଇଥିଲେ ମଧ୍ୟ ଭାରତୀୟ ଦଳରେ ପାଇଥିଲେ ସୁଯୋଗ, ଚମତ୍କାର ଅଲରାଉଣ୍ଡର ଭାବେ ପରିଚିତ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ, ୧୭|୦୫: କ୍ରିକେଟ ଜଗତରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଗୋଟିଏ ଦେଶରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଅନ୍ୟ ଦେଶ ପାଇଁ ଖେଳିଛନ୍ତି । ଯେପରିକି କେଭିନ୍ ପିଟରସନ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସେ ଇଂଲଣ୍ଡ ତରଫରୁ ଖେଳିଥାନ୍ତି । ସେହିପରି ଜଣେ ଭାରତୀୟ ଖେଳାଳି ଅଛନ୍ତି ଯିଏକି ବିଦେଶରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଭାରତ ତରଫରୁ ଖେଳିଥିଲେ । ଏହି ଖେଳାଳି ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ ରବିନ ସିଂ ।

{"id":271376,"width":748,"height":558,"sizeSlug":"large"}

ରବିନ ସିଂ ସେପ୍ଟେମ୍ବର ୧୪ ୧୯୬୩ରେ ପ୍ରିଂସ୍ ଟାଉନ୍ ବା ତ୍ରିନିଦାଦରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ସେ ତାଙ୍କ ପିତାମାତାଙ୍କ ସହ ୧୯ ବର୍ଷ ବୟସରେ ମାତା ପିତାଙ୍କ ସହ ଭାରତ ଚାଲିଆସିଥିଲେ । ସେ ୧୯୮୧-୧୯୮୨ରେ ତାମିଲନାଡୁ ପାଇଁ ଘରୋଇ ମ୍ୟାଚ ଖେଳିଥିଲେ । ସେ ୧୯୮୯ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିଥିଲେ । ଏହାପରେ ପ୍ରାୟ ୭ ବର୍ଷ ପରେ ତାଙ୍କୁ ଦଳରେ ପୁଣି ସୁଯୋଗ ମିଳିଥିଲା । ସେ ୨୦୦୧ ଯାଏଁ ଲଗାତାର ଭାବେ ଦଳରେ ସ୍ଥାନ ପାଇଥିଲେ । ସେ ୧୩୭ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ୬୯୯୭ ରନ କରିଥିବା ବେଳେ ୧୭୨ଟି ଓ୍ୱିକେଟ ନେଇଛନ୍ତି ।

{"id":271377,"width":753,"height":565,"sizeSlug":"large"}

ସେହିପରି ଭାରତ ତରଫରୁ ସେ ୧୩୬ଟି ଦିନିକିଆ ଖେଳି ୨୩୩୬ ରନ କରିଛନ୍ତି । ଏଥିରେ ୯ଟି ଅର୍ଧଶତକ, ଗୋଟିଏ ଶତକ ରହିଛି । ସେ ୬୯ଟି ଓ୍ୱିକେଟ ମଧ୍ୟ ନେଇଛନ୍ତି । ତାଙ୍କୁ ସେହି ସମୟର ଜଣେ ଭଲ ଅଲରାଉଣ୍ଡର ବୋଲି କୁହାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.