ଦେବଗଡରେ ଫାଟୁଆ ପରେ ଏବେ ଜଳାତଙ୍କ ରୋଗ ଆତଙ୍କ

Published By : Prameya-News7 Bureau | August 30, 2018 IST

ଦେବଗଡ ୩୧|୮: ଫାଟୁଆ ପରେ ଏବେ ଜଳାତଙ୍କ ରୋଗ ଆତଙ୍କ । ଦେବଗଡ ବାରକୋଟ ବ୍ଲକ ରାଇତାବାହାଳ ପଞ୍ଚାୟତ ଗରଗଡବାହାଳ ଗାଁରେ ବ୍ୟାପୁଛି ତଳାତଙ୍କ ରୋଗ । ୧୫ ଦିନ ମଧ୍ୟରେ ୨୫ରୁ ଅଧିକ ଗୋରୁ ଗାଇଙ୍କ ଜୀବନ ଗଲାଣି । ଏବେ ଚାଷ କାମ ଚାଲିଥିବାରୁ ବଳଦଙ୍କ ଅଚାନକ ମୃତ୍ୟୁକୁ ନେଇ ଚାଷୀମାନେ ହତାଶ ହୋଇପଡିଛନ୍ତି । ଏନେଇ ପ୍ରାଣୀ ଚିକିତ୍ସା ବିଭାଗକୁ ଜଣାଇଥିଲେ ମଧ୍ୟ ଚିକିତ୍ସା ପାଇଁ କେହି ଆସୁନଥିବା ଅଭିଯୋଗ ହୋଇଛି । ଜଳାତଙ୍କ ରୋଗ ବ୍ୟାପୁଥିବା ନେଇ ଆମେ ଅଭିଯୋଗ ପାଇଛୁ । ତେବେ କୁକୁର କାମୁଡା ଯୋଗୁ ଜଳାତଙ୍କ ରୋଗ ବ୍ୟାପୁଥିବାରୁ ଏହାର କୌଣସି ଡାକ୍ତରୀ ଚିକିତ୍ସା ନଥିବା କହିଛନ୍ତି ଜିଲ୍ଲା ପ୍ରାଣୀଧନ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.