'ଆଗାମୀ କିଛି ଦିନରେ ରୋହିତ ଓ ଇଶାନ୍ତଙ୍କୁ ଅଷ୍ଟ୍ରେଲିଆରେ ପହଁଚିବାକୁ ପଡିବ, ନଚେତ୍ ହେବ ଅସୁବିଧା'- ରବି ଶାସ୍ତ୍ରୀ

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ,୨୩/୧୧: ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି । ଏହି ଦୁଇ ଖେଳାଳିଙ୍କୁ ଟେଷ୍ଟ୍ ସିରିଜ ପାଇଁ କିଛି ଦିନ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ହେବ । ରୋହିତ ଓ ଇଶାନ୍ତ ଉଭୟ ଖେଳାଳି ମାଂସପେଶୀଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି ।

ବିସିସିଆଇ ଏବେସୁଦ୍ଧା ଏହି ଦୁଇ ଖେଳାଳି କେବେ ଅଷ୍ଟ୍ରେଲିଆ ଗସ୍ତ କରିବେ ସେନେଇ କିଛି ସ୍ପଷ୍ଟ କରିନାହିଁ । ଏବେ ଅଷ୍ଟ୍ରେଲିଆ ଗସ୍ତ କଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । ସୋମବାର ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ନକଲେ ଅଭ୍ୟାସ ମ୍ୟାଚରେ ଭାଗ ନେଇ ପାରିବେ ନାହିଁ ।

{"id":366084,"sizeSlug":"large"}

ଏହାକୁ ନଜରରେ ରଖି କୋଚ୍ ଶାସ୍ତ୍ରୀ କହିଛନ୍ତି ଯେ, ଆହତ କାରଣରୁ ରୋହିତ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କୁ କେତେ ବିଶ୍ରାମ ଦରକାର ତାହା ଦେଖିବାକୁ ପଡିବ । କାରଣ ଅଧିକ ସମୟ ବିଶ୍ରାମ କରିବା ଅନୁଚିତ । ଟେଷ୍ଟ୍ ସିରିଜରେ ଖେଳିବା ପାଇଁ ହେଲେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାଙ୍କୁ ଗସ୍ତ କରିବାକୁ ହେବ । ଏପରି ନହେଲେ ଅସୁବିଧା ବଢିବ । ଏନସିଏରେ ଏବେ ରୋହିତଙ୍କ ଫିଟନେସ୍ ଟେଷ୍ଟ୍ ଚାଲିଛି ।

ଶାସ୍ତ୍ରୀ ଆହୁରି କହିଛନ୍ତି ଯେ, ଇଶାନ୍ତଙ୍କ ମାମଲା ମଧ୍ୟ ରୋହିତଙ୍କ ଭଳି ଅଟେ । ଉଭୟ କେବେ ଦଳରେ ସାମିଲ ହେବେ ତାହା କେହି କହିପାରିବେନି । ଯଦି ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଉଭୟ ବିମାନ ଯାତ୍ରା ନକରନ୍ତି ତେବେ ଅସୁବିଧା ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.