Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରବି ଶାସ୍ତ୍ରୀଙ୍କ ଏହି ଭୁଲ କାରଣରୁ ବ୍ୟାପିଲା କି କରୋନା ଭାଇରସ ? ବିସିସିଆଇ ନେଇପାରେ ଆକ୍ସନ

11/09/2021 at 11:58 AM

ନୂଆଦିଲ୍ଲୀ, ୧୧।୦୯ :   କରୋନା ସଂକ୍ରମଣ ଦୃଷ୍ଟିରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ଦିନିକିଆ ବାତିଲ ହୋଇଛି । ମ୍ୟାଚ୍ ବାତିଲ ହେଲା ପରେ ରବି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବକୁ ନେଇ ପ୍ରଶ୍ନ ଉଠିଛି । କାରଣ ଏହି ସମାରୋହରେ କରୋନା କଟକଣାକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଇଥିଲା  ।

ଚତୁର୍ଥ ଟେଷ୍ଟ ପୂର୍ବରୁ ଏଖ ପଞ୍ଚତାରକା ହୋଟେଲରେ ପୁସ୍ତକ ଇନ୍ମୋଚନ କାର୍ଯ୍ୟକ୍ରମ ହୋଇଥିଲା । ଏହି ଉତ୍ସବ ପରେ ମୁଖ୍ୟ କୋଚ ଶାସ୍ତ୍ରୀ, ପିଲ୍ଡିଂ କୋଚ୍ ଶ୍ରୀଧର ଓ ଫିଜିଓ ନୀତିନ ପଟେଲ ପଜିଟିଭ୍ ଚିହ୍ନଟ ହୋଇଥିଲେ ।  ସମସ୍ତେ ଟିକାର ଉଭୟ ଡୋଜ୍ ଲଗାଇଥିଲେ । ଦଳର ସହାୟକ ଫିଜିଓ ଯୋଗେଶ ପରମାର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯେଉଁଥି ପାଇଁ ପଞ୍ଚମ ମୁକାବିଲା ରବ୍ଦ ହୋଇଥିଲା ।

ଅଧିନାୟକ ବିରାଟ କୋହଲିଙ୍କ ସମେତ ଦଳର ସମସ୍ତ ଖେଳାଳି ବହି ଉନ୍ମୋଚନ ସମାରୋହରେ ସାମିଲ ଥିଲେ । ଯେଉଁ ଅତିଥିମାନେ ବାହାରୁ ଆସିଥିଲେ ସେମାନେ ମାସ୍କ ପିନ୍ଧିନଥିଲେ । ଏଥିପାଇଁ ଶାସ୍ତ୍ରୀ ବିସିସିଆଇଠୁ ଲିଖିତ ଅନୁମତି ନେଇନଥିଲେ । ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିମ୍ବା ଉପାଧ୍ୟକ୍ଷ ଜୟ ଶାହଙ୍କଠୁ ସେ କୌଣସି ଅନୁମତି ନେଇନଥିଲେ । ଏପରି ଅନୁମତି ପାଇଁ ଦଳର ପ୍ରଶାସନିକ ମ୍ୟାନେଜର ଗିରିଜ ଡୋଙ୍ଗରେଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ମଧ୍ୟ କିଛି ପ୍ରୋଟକଲ ପାଳନ କରିନଥିଲେ ।

ବିସିସିଆଇର ଜଣେ ଅଧିକାରୀଙ୍କ କହିବାନୁସାରେ, ଟି୨୦ ବିଶ୍ୱକପ ପୂର୍ବରୁ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କୁ କୌଣସି ଦଣ୍ଡ ମିଳିବା ସମ୍ଭାବନା ନାହିଁ । ବିଶ୍ୱକପ ପରେ ଶାସ୍ତ୍ରୀଙ୍କ ଅବଦ୍ଧି ଶେଷ ହେଉଛି । କିନ୍ତୁ ପ୍ରଶାସନିକ ମ୍ୟାନେଜରଙ୍କୁ ଏ ବାବଦରେ ପ୍ରଶ୍ନ ପଚରାଯାଇପାରେ ବୋଲି ସେ କହିଛନ୍ତି ।

   Related Posts