ସମ୍ବଲପୁରରେ ଆରମ୍ଭ ହେଲା ରବି ଧାନ କିଣା ପ୍ରକ୍ରିୟା, ଚଳିତ ଥର ଧାନ କିଣାରେ କଟ୍‌ନୀ ଛଟ୍‌ନୀ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ

Published By : Prameya-News7 Bureau | May 11, 2019 IST

ସମ୍ବଲପୁର ୧୧|୫: ସମ୍ବଲପୁରରେ ଆରମ୍ଭ ହୋଇଛି ରବି ଧାନ କିଣା ପ୍ରକ୍ରିୟା । ନିୟନ୍ତ୍ରିତ ବଜାର କମିଟି ଏବଂ ପେକ୍ସ ମାଧ୍ୟରେ ଚାଲିଛି ଧାନକିଣା । ଭୁବନେଶ୍ବରରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇନଥିବାରୁ ଚାଷୀଙ୍କୁ ଅନ୍‌ଲାଇନ୍‌ରେ ପେମେଣ୍ଟ ସୁବିଧା ମିଳପାରୁନାହିଁ । ତେବେ ଚଳିତ ଥର ଧାନ କିଣାରେ କଟନୀ ଛଟ୍‌ନୀ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

{"id":110903}

ସମ୍ବଲପୁରରେ ଆରମ୍ଭ ହୋଇଛି ରବିଧାନ କିଣା ପ୍ରକ୍ରିୟା । ଏଫଏକ୍ୟୁ ମାନର ଧାନ କୁଇଣ୍ଟାଲ ପିଛା ୧୭୫୦ଟଙ୍କା ଏବଂ ଏ’ ଗ୍ରେଡ୍‌ ଧାନ କ୍ବିଣ୍ଟାଲ ପିଛା ୧୭୭୦ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ନିୟନ୍ତ୍ରିତ ବଜାର କମିଟି ଏବଂ ପେକ୍ସ । ବାତ୍ୟା ଫୋନି ଯୋଗୁଁ ଭୁବନେଶ୍ବରରେ ପ୍ରଭାବିତ ହୋଇଥିବା ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇନଥିବାରୁ ଚାଷୀଙ୍କୁ ଅନ୍‌ ଲାଇନ୍‌ରେ ପେମେଣ୍ଟ ହୋଇପାରୁନି । ହାତାହାତି ଟଙ୍କା ପ୍ରଦାନ କରାଯାଉଛି । ତେବେ ଚଳିତ ଥର ମିଲ୍‌ ମାଲିକମାନେ ଯଦି ଧାନ କିଣାରେ କଟ୍‌ନୀ ଛଟନୀ କରନ୍ତି ତାହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଚାଷୀ ।

{"id":110904}

ଗଲାବର୍ଷ ସମ୍ବଲପୁର ଜିଲ୍ଲାରୁ ସରକାର ୧୨ଲକ୍ଷ କ୍ୟୁଇଣ୍ଟାଲ ରବି ଧାନ କିଣିଥିଲେ । ଏଥର ମଧ୍ୟ ସମାନ ପରିମାରଣ ଧାନ ଉଠାଇବାକୁ ଲକ୍ଷ୍ୟ ରଖାଯାଇଛି । ଧାନ କିଣା ପୂର୍ବରୁ ମିଲମାଲିକ, ଚାଷୀ ସଂଗଠନ, ଆରଏମସି, ଜିଲ୍ଲା ଯୋଗାଣ ବିଭାଗ, ପେକ୍ସ କର୍ମଚାରୀ ସମସ୍ତଙ୍କ ସହ ଆଲୋଚନା କରି କଟନି ଛଟନୀ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଅନ୍‌ଲାଇନ୍‌ ପେମେଣ୍ଟ ସିଷ୍ଟମ ନହେଲେ ଧାନକିଣାରେ ବ୍ୟାପକ ଦୁର୍ନୀତି ହେବାର ସମ୍ଭାବନା ରହିଛି । ଏମିତିରେ ବ୍ୟାଙ୍କ ସିଷ୍ଟମ ଅପଡେଟ୍‌ ହେବାକୁ ଅପେକ୍ଷା କରିଛି ଜିଲ୍ଲା ପ୍ରଶାସନ ।

{"id":110905}

ଚାଷୀଙ୍କୁ ଅନ୍‌ଲାଇନ୍‌ ପେମେଣ୍ଟ ପାଇଁ ସିଷ୍ଟମ ଅପଡେଟ୍‌କୁ ଅପେକ୍ଷା ନକରି ଧାନକିଣା ଆରମ୍ଭ କରିଦେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଏମିତିରେ ଧାନକିଶାରେ ବ୍ୟାପକ ହେରଫେରର ଯଥେଷ୍ଟ ସମ୍ଭାବନା ରହିଛି । ଜିଲ୍ଲା ଯୋଗାଣ ବିଭାଗ ଓ ପ୍ରଶାସନ ସେଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.