ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର

Published By : Prameya-News7 Bureau | January 20, 2021 IST

ଭୁବନେଶ୍ୱର ୨୦।୦୧: ଓଡିଆ ସିନେ ଜଗତ ପାଇଁ ଆଉ ଏକ ଦୁଃଖ ଖବର । ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର । ବୁଧବାର ଦିନ ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ରବି ମିଶ୍ରଙ୍କୁ ୬୪ବର୍ଷ ହୋଇଥିଲା ।

ବିଶିଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି । ଯାହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।

ରବି ମିଶ୍ର ଅନେକ ମଞ୍ଚ, ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ଖାସ୍‌ କରି ହାସ୍ୟ ଅଭିନେତା ଭାବେ ରବି ମିଶ୍ର ଖୁବ୍‌ ପ୍ରଶଂସା ସାଉଁଟିଥିଲେ । ଏପରିକି ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ରବି ମିଶ୍ର । ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି । ଏହି ସିରିୟଲରେ ସେ ଅଭିନେତ୍ରୀ ଳିପ୍‌ସା ମିଶ୍ରଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ। ସେହିପରି ଓଡିଆ ଫିଲ୍ମ ସୌଭାଗ୍ୟବତୀ ତାଙ୍କର ଅଭିନୟ ପାଇଁ ଖୁବ୍‌ ପ୍ରଶଂସା ସାଉଁଟିଥିଲେ । ଅନେକ ଓଡିଆ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ପାଇଁ ଦର୍ଶକ ସବୁବେଳେ ମନେ ରଖିବେ ବୋଲି ଅନେକ କଳାକାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.