Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଛକା ଖାଇବା ପରେ ପ୍ରତିଶୋଧ ନେଲେ ରାବଡା, ଗେଲ୍‌ଙ୍କୁ ଏମିତି ଦେଲେ ଚକମା, ଦେଖନ୍ତୁ ଭିଡିଓ

2/05/2021 at 10:05 PM

ଅହମ୍ମଦାବାଦ ୦୨।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍‌)-୧୪ର ୨୯ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ୍ ଗେଲ ନିରାଶ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲାରେ ସେ ୯ଟି ବଲ୍‌ରୁ ୧୩ ରନ କରି ପାଭିଲିୟନ ଫେରିଥିଲେ। ଗେଲ୍‌ ନିଜର ଏହି ଇନିଂସରେ ଏକ ଚୌକା ଓ ଏକ ଛକା ମାରିଛନ୍ତି।

ଗେଲ୍‌ ଇନିଂସରେ ଏକ ମାତ୍ର ଛକା କାଗିସୋ ରାବଡାଙ୍କ ବଲ୍‌ରେ ଲଗାଇଥିଲେ। ହେଲେ ଏହା ପରେ ରାବଡା ପ୍ରତ୍ୟାବର୍ତ୍ତନ କରି ଗେଲ୍‌ଙ୍କୁ କ୍ଲିନ ବୋଲ୍ଡ କରିଥିଲେ। ରାବଡା ପଞ୍ଜାବ ଇନିଂସର ଷଷ୍ଠ ଓଭରର ଦ୍ଵିତୀୟ ବଲ୍‌ରେ ଓ୍ଵିକେଟ୍ ନେଇଥିଲେ। ଗେଲ୍‌ ରାବଡାଙ୍କ ଫୁଲ୍ ଟସ୍‌ ବଲ୍‌ରେ ଚକମା ଖାଇଥିଲେ। ରାବଡାଙ୍କ ଏହି ବଲ୍‌ ହାଓ୍ଵାରେ ସୁଇଙ୍ଗ ହୋଇଥିଲା, ଯାହାଙ୍କୁ ପଢିବାରେ ଗେଲ୍ ବିଫଳ ହୋଇଥିଲେ। ଗେଲ୍‌ ରାବଡାଙ୍କ ସେହି ଓଭରର ପ୍ରଥମ ବଲ୍‌ରେ ଛକା ମାରିଥିଲେ।

ଏହା ପୂର୍ବରୁ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପଞ୍ଜାବ ଏହି ମୁକାବିଲାରେ ନିଜର ନିୟମିତ ଅଧିନାୟକ ବିନା ଖେଳୁଛି। ରାହୁଲଙ୍କୁ ଆପେନଡିକ୍ସ ହୋଇଛି ଏବଂ ତାଙ୍କର ଶୀଘ୍ର ଅପରେସନ ହେବାକୁ ଯାଉଛି।

   Related Posts