ରାଜ ଫିଲ୍ମର ଏହି ହିରୋଇନ୍ ବଲିଉଡର ସୁପରଷ୍ଟାରଙ୍କ ଥିଲେ ପତ୍ନୀ : ଜାଣନ୍ତୁ କିଏ

Published By : Prameya-News7 Bureau | October 01, 2018 IST

ମୁମ୍ବାଇ ୧/୧୦: ଆପଣମାନେ ୨୦୦୨ମସିହାରେ ରିଲିଜ ହୋଇଥିବା ଭୈାତିକ ଫିଲ୍ମ ‘ରାଜ’ ଦେଖିଥିବେ। ଏହି ଫିଲ୍ମଟି ବିଶେଷ ହିଟ୍ ହୋଇଥିଲା। ଏହି ଫିଲ୍ମ ପରେ ବିପାଶା ବସୁ ଏବଂ ଡିନୋ ମୋରିଆଙ୍କ ଅଭିନୟ କ୍ୟାରିୟର୍ ଜମି ଯାଇଥିଲା। ‘ରାଜ’ ଚଳଚ୍ଚିତ୍ରରେ ଆଉ ଜଣେ ଅଭିନେତ୍ରୀ ମଧ୍ୟ ଥିଲେ ଯିଏ ଭୂତୁଣୀ ଭୂମିକାରେ ଅଭିନୟ କରିଥିଲେ । ଆଜି ଆମେ ଜାଣିବା ତାଙ୍କ ବିଷୟରେ ‘ରାଜ’ ଫିଲ୍ମରେ ଭୂତୁଣୀ ଭୂମିକାରେ ନଜର ଆସିଥିବା ଏହି ଅଭିନେତ୍ରୀଙ୍କ ନାଁ ମାଳିନୀ ଶର୍ମା। ତାଙ୍କ ଅଭିନୟ ଯାଦୁ ଏବଂ ଡାଇଲଗ୍ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। ମାଳିନୀଙ୍କ କ୍ୟାରିୟର ବଲିଉଡରେ ବିଶେଷ ଚାଲିଲା ନାହିଁ କିନ୍ତୁ ସେ ମଡେଲ୍ ଭାବରେ ବେଶ୍ ଲୋକପ୍ରିୟ ଥିଲେ। ‘ରାଜ’ ପରେ ସେ ବେଶୀ ଫିଲ୍ମରେ କାମ କରିନଥିଲେ। ‘ରାଜ’ ଫିଲ୍ମର ଏହି ଅଭିନେତ୍ରୀଙ୍କ ସ୍ବାମୀ ନିଜ ପ୍ରଥମ ଫିଲ୍ମରୁ ହିଁ ସୁପରହିଟ୍ ସାବ୍ୟସ୍ତ ହୋଇଥିଲେ। ତାଙ୍କ ସ୍ବାମୀ ଆଉ କେହି ନୁହେଁ ,ସୁପରହିଟ୍ ଅଭିନେତା ପ୍ରିୟାଂଶୁ ଚାଟାର୍ଜୀ। ସେ ‘ତୁମ ବିନ୍’ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପାଦ ଥାପିଥିଲେ ଏବଂ ଏହା ବେଶ୍ ସୁପରହିଟ୍ ହୋଇଥିଲା। ୧୯୯୭ମସିହାରେ ଦୁଇଜଣ ବିବାହ କରିଥିଲେ କିନ୍ତୁ ତାଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା ଏବଂ ଦୁଇଜଣ ଅଲଗା ହୋଇଯାଇଥିଲେ। ପ୍ରିୟାଂଶୁ ‘ତୁମ ବିନ୍’,‘ଦିଲ କା ରିସ୍ତା’,ଭଳି ହିଟ୍ ଫିଲ୍ମରେ କାମ କରିଥିବାବେଳେ ତାଙ୍କ ପୂର୍ବପତ୍ନୀ ଜଣେ ସଫଳ ମଡେଲ୍ ରହିପାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.