ଅବିନାଶ ପଇତାଳ ସନ୍ଦେହ ଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ

Published By : Prameya-News7 Bureau | August 30, 2018 IST

କେନ୍ଦ୍ରାପଡା ୩୦/୮ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାରେ ଗିରଫ ଅଭିଯୁକ୍ତ ଅବିନାଶ ପଇତାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦେଶକ ଆର.ପି.ଶର୍ମା | ଏହି ଘଟଣାରେ ପୂର୍ବରୁ ରାଜ୍ୟରେ ଅବହେଳା ପାଇଁ ମହାକାଳପଡ଼ା ଥାନା ଆଇଆଇସି ଶ୍ୟାମଘନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା | ସୂଚନାଯୋଗ୍ୟ ଯେ, ମୋବାଇଲ ଚୋରି ଅଭିଯୋଗରେ ମାର୍ଶାଘାଇ ଥାନା ଅନ୍ତର୍ଗତ ବଲଣ ଗାଁର ସାର୍ଟ ଚନ୍ଦ୍ର ପଇତାଳଙ୍କ ୨୫ ବର୍ଷ ବୟସ୍କ ପୁଅ ଅବିନାଶଙ୍କୁ ଏପ୍ରିଲ ୨୮ ତାରିଖ ଦିନ ମହାକାଳପଡ଼ା ପୋଲିସ ଗିରଫ କରିଥିଲା | ତେବେ ୨୮ ତାରିଖ ଦିନ ଅବିନାଶର ମୃତଦେହ ଉଦ୍ଧାର କରାଯାଇଥିଲା | ଏହାକୁ ନେଇ ମହାକାଳପଡ଼ାରେ ବଡ ଧାରଣାର ଆଇନ ଶୃଙ୍ଖଲା ପରିସ୍ଥିତି ଉପୁଜିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.