୨୫୦ କୋଟି ଟଙ୍କା ଲଗାଯାଉଛି ଆର.କେ. ଷ୍ଟୁଡିଓର ମୂଲ୍ୟ : କପୁର ପରିବାର ୪୦୦କୋଟିରୁ ଆରମ୍ଭ କରିବେ ନିଲାମ ଡାକରା
31/08/2018 at 12:33 AM

ମୁମ୍ବାଇ ୩୧/୮: ଋଷି କପୁର ଯେବେଠାରୁ ଆର.କେ. ଷ୍ଟୁଡିଓ ନିଲାମ କରିବାର ଘୋଷଣା କରିଛନ୍ତି ସେବେଠାରୁ ରିଅଲ ଏଷ୍ଟେଟ୍ ମାର୍କେଟରେ ଏହାର ଭାଲ୍ୟୁଏସନ୍ ଆରମ୍ଭ ହୋଇଯାଇଛି।ମୁମ୍ବାଇର ବଡ଼ ରିଅଲ ଏଷ୍ଟେଟ କମ୍ପାନୀଗୁଡ଼ିକ ଷ୍ଟୁଡିଓର ଜମିର ମୂଲ୍ୟ ୨୫୦କୋଟି ଲଗାଉଛନ୍ତି। ଏହି ଷ୍ଟୁଡିଓ ଯେଉଁ ସ୍ଥାନରେ ରହିଛି,ସେଠାରେ ଏକ ବର୍ଗ ମିଟର ଜମିର ମୂଲ୍ୟ ଅଢ଼େଇରୁ ତିନି ଲକ୍ଷ ଟଙ୍କା ହେବ।
ଆର.କେ ଷ୍ଟୁଡିଓ ହାରାହାରି ଦୁଇ ଏକର ଜମିରେ ପରିବ୍ୟାପ୍ତ। ଏହି ଭାବରେ ଏହାର ସମୁଦାୟ ସ୍ଥାନ ୮୦୦୦ବର୍ଗ କିଲୋମିଟର। ଏହି କାରଣରୁ କମ୍ପାନୀଗୁଡ଼ିକ ଏହାର ମୂଲ୍ୟ ୨୫୦ କୋଟି ଲଗାଉଛନ୍ତି। କପୁର ପରିବାରର ସମ୍ପର୍କୀୟଙ୍କ କହିବା ଅନୁସାରେ ଏହାର ନିଲାମ ଡାକରା ୪୦୦କୋଟି ଟଙ୍କାରୁ ଆରମ୍ଭ ହୋଇପାରେ। କାରଣ ଏହିକି ଯେ, ଏହି ସ୍ଥାନର ନିଜର ଐତିହାସିକ ମୂଲ୍ୟ ମଧ୍ୟ ରହିଛି। ଏହା ସାଙ୍ଗକୁ ଏୟାରପୋର୍ଟ ଏବଂ ବାକି ସ୍ଥାନରୁ ଏହାର ଦୂରତା ସେତେ ବେଶୀ ନୁହେଁ।
ଶୋ-ମ୍ୟାନ୍ ରାଜ କପୁର ୭୦ ବର୍ଷ ପୂର୍ବରୁ ୧୯୪୮ ମସିହାରେ ଆରକେ ଷ୍ଟୁଡିଓର ମୂଳଦୁଆ ରଖିଥିଲେ। ଏହି ଷ୍ଟୁଡିଓର ବ୍ୟାନର ତଳେ ନିର୍ମିତ ଫିଲ୍ମ ‘ଆଗ’ ଫ୍ଲପ୍ ହୋଇଥିଲା। କିନ୍ତୁ ଦ୍ବିତୀୟ ଫିଲ୍ମ ‘ବରସାତ’ ସୁପରହିଟ୍ ହୋଇଥିଲା। ଷ୍ଟୁଡିଓର ଲୋଗୋ ବରସାତରେ ରାଜ କପୁର ଏବଂ ନରଗିସଙ୍କ ପୋଜରେ ଅନୁପ୍ରାଣିତ ଥିଲା,ଯାହା ବରସାତର ପୋଷ୍ଟରରେ ମଧ୍ୟ ଦେଖାଯାଇଥିଲା। ଆର.କେ ଷ୍ଟୁଡିଓ ବହୁତ ଗୁଡ଼ିଏ କ୍ଲଟ୍ ଏବଂ କ୍ଲାସିକ୍ ଫିଲ୍ମର ନିର୍ମାଣ କରିଛି। ଏହା ମଧ୍ୟରେ ‘ଆଗ,‘ବରସାତ’,‘ଆଓ୍ବାରା’,‘ଶ୍ରୀ୪୨୦’,‘ସଙ୍ଗମ’,‘ମେରା ନାମ ଜୋକର’,‘ବବି’ ଏବଂ ‘ରାମ ତେରି ଗଙ୍ଗା ମୈଲି’ ଭଳି ଫିଲ୍ମ ପ୍ରମୁଖ ଅଟେ।