Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସୋଆର ନୂଆ କୁଳପତି ହେଲେ ପ୍ରଫେସର ଆର୍.କେ. ଚୌହାନ

13/12/2019 at 9:15 AM

ଭୁବନେଶ୍ବର ୧୩।୧: ବିଶିଷ୍ଟ ଶିକ୍ଷାବିତ୍‌ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ବିଶ୍ବବିଦ୍ୟାଳୟ) ପରିଚାଳନା ବୋର୍ଡ଼ର ସଦସ୍ୟ ପ୍ରଫେସର ଆର୍‌.କେ. ଚୌହାନ ସୋଆର ନୂଆ କୁଳପତି ଭାବେ ବୁଧବାର ଦାୟିତ୍ବ ନେଇଛନ୍ତି ।
ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ପୂର୍ବତନ ସଚିବ ତଥା ତିନୋଟି ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିବା ପ୍ରଫେସର ଚୌହାନ ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅବସର ନେବା ପରେ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।

ପ୍ରଫେସର ଚୌହାନ, ପୂର୍ବରୁ ହିସାର୍‌ର ଗୁରୁ ଜମ୍ଭେଶ୍ବର ବିଶ୍ବବିଦ୍ୟାଳୟ, ଗ୍ଲୋବାଲ୍‌ ଓପନ୍‌ ବିଶ୍ବବିଦ୍ୟାଳୟ, ନାଗାଲ୍ୟାଣ୍ଡ ଏବଂ ଫରିଦାବାଦର ଲିଙ୍ଗାୟା ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ସେ ଫରିଦାବାଦ ସ୍ôଥତ ଲିଙ୍ଗାୟା ବିଦ୍ୟାପୀଠର ପ୍ରୋ-ଚାନ୍‌ସେଲର ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

ମ୍ୟାନେଜମେଣ୍ଟ୍‌ ବିଶେଷଜ୍ଞ ପ୍ରଫେସର ଚୌହାନ ନିକଟରେ ଇଣ୍ଡିଆନ୍‌ କାଉନସିଲ୍‌ ଫର୍ ସୋସିଆଲ୍‌ ସାଇନ୍‌ସ ରିସର୍ଚ୍ଚ ଦ୍ବାରା ପ୍ରାୟୋଜିତ “ଫାକଲ୍ଟି ରିଟେନ୍ସନ୍‌ ଆଣ୍ଡ ଫାକଲ୍ଟି ଆପ୍ରାଇଜଲ୍‌’ ଶୀର୍ଷକ ଏକ ଗବେଷଣା ପ୍ରୋଜେକ୍ଟ ଶେଷ କରିଛନ୍ତି । ସେ ଏଜୁକେସନାଲ୍‌ ମ୍ୟାନେଜମେଣ୍ଟ୍‌, ଫାଇନାନ୍ସିଂ ଅଫ୍‌ ହାୟର ଏଜୁକେସନ୍‌ ଆଣ୍ଡ ଷ୍ଟ୍ରାଟେଜିକ୍‌ ମ୍ୟାନେଜମେଣ୍ଟ୍‌ ଆଦି ବିଷୟ ଉପରେ କାର୍ଯ୍ୟ କରିଛନ୍ତି । ୫ ଜଣ ରିସର୍ଚ୍ଚ ସ୍କଲାର ପ୍ରଫେସର ଚୌହାନଙ୍କ ତତ୍ବାବଧାନରେ ମଧ୍ୟ ପିଏଚ୍‌ଡି ହାସଲ କରିଛନ୍ତି । ସେ ମଧ୍ୟ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ପ୍ରତିନିଧି ମଣ୍ଡଳର ସଦସ୍ୟ ରହିଛନ୍ତି । ଆମେରିକାର ବିଭିନ୍ନ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ଭାରତର ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଗସ୍ତ କରିଥିବା ପ୍ରତିନିଧିମଣ୍ଡଳୀରେ ପ୍ରଫେସର ଚୌହାନ ମଧ୍ୟ ସାମିଲ୍‌ ଥିଲେ ।

   Related Posts