ଭବ୍ୟ ହେବ ଚଳିତ ବର୍ଷର ଫ୍ଲାଏପାଷ୍ଟ, ଜାଗୁଆର, ରାଫେଲ, ସୁଖୋଇ ସହ ୭୫ ଯୁଦ୍ଧ ବିମାନ ଦେଖାଇବେ ଶକ୍ତି

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ,୧୭/୦୧: ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ ସବୁଠାରୁ ଭବ୍ୟ ଏବଂ ବଡ ହେବାକୁ ଯାଉଛି । ଆକାଶରେ ଆଖି ଝଲସିଯିବା ପରେ କୌଣଳ ପ୍ରଦର୍ଶନ କରିବେ ଯୁଦ୍ଧ ବିମାନ । ଏଥିରେ ଭାରତୀୟ ବାୟୁ ସେନା, ନୌସେନା ଏବଂ ସ୍ଥଳ ସେନାର ମୋଟ ୭୫ଟି ଯୁଦ୍ଧ ବିମାନ ଅଂଶଗ୍ରହଣ କରିବେ। ସ୍ୱାଧୀନତାର ୭୫ ବର୍ଷରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସର ଏହି ଯୁଦ୍ଧ ବିମାନ ପ୍ରଦର୍ଶନରେ ୧୭ଟି ଜାଗୁଆର ରାଜପଥର ଠିକ ଉପରେ ୭୫ ଆକୃତି ତିଆରି କରୁଥିବା ଦେଖିବାକୁ ମିଳିବ।

ଚଳିତ ବର୍ଷର ଫ୍ଲାଏପାଷ୍ଟରେ ବାୟୁସେନାର ଜାଗୁଆର, ରାଫେଲ ଏବଂ ସୁଖୋଇ ଯୁଦ୍ଧ ବିମାନ ସହ ନୌସେନାର ପି୮ଆଇ ଟୋହୀ ବିମାନ ଏବଂ ମିଗ ୨୯ ଯୁଦ୍ଧ ବିମାନ ପ୍ରଥମ ଥର ପାଇଁ ଅଂଶ୍ର ଗ୍ରହଣ କରିବେ। ସ୍ଥଳ ସେନାର ଏଭିଏସନ ୱିଙ୍ଗର ହେଲିକପ୍ଟର ମଧ୍ୟ ଏହି ଫ୍ଲାଏପାଷ୍ଟରେ ସାମିଲ ହେବେ। ୧୯୭୧ଯୁଦ୍ଧର ସ୍ୱର୍ଣ୍ଣିମ ବିଜୟ ବର୍ଷ ଉପଲକ୍ଷେ ଚଳିତ ବର୍ଷ ଫ୍ଲାଏପାଷ୍ଟରେ ଦୁଇଟି ସ୍ୱତନ୍ତ୍ର ପ୍ରଦର୍ଶନୀ ପାକିସ୍ତାନ ଉପରେ ହୋଇଥିବା ବିଜୟକୁ ସମର୍ପିତ କରାଯିବ।   

ରାଜପଥର ୱାଟର ଚେନଲର ୧୦୦ ମିଟର ଦରରେ ଏହି ଫ୍ଲାଏପାଷ୍ଟର ଆୟୋଜନ କରାଯିବ। ରାଜପଥର ପ୍ରାୟ ୨୦୦ ଫୁଟ ଉପରେ ହେଲିକପ୍ଟର ଗୁଡିକ ଉଡାଣ ଭରିବେ । ପ୍ରାୟ ଏକ ହଜାର ଫୁଟ ଉପରେ ଯୁଦ୍ଧ ବିମାନ ଗୁଡିକ ଉଡାଣ ଭରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.