Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପତ୍ନୀଙ୍କୁ ଗାର୍ଲଫ୍ରେଣ୍ଡଙ୍କ ସହ ଦେଖି ରାଗିଗଲେ ଅଶ୍ୱୀନ, ଜାଣନ୍ତୁ କହିଲେ କ’ଣ

5/09/2019 at 5:34 PM

ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଟେଷ୍ଟରୁ ବାଦ ପଡିଥିବ ସ୍ପିନର ରବି ଚନ୍ଦ୍ର ଅଶ୍ୱୀନ୍ ଏବେ ଆରାମ କରୁଛନ୍ତି। ହେଲେ ପତ୍ନୀ ପୃଥ୍ୱୀଙ୍କ ଫାଜିଲାମୀ ତାଙ୍କୁ ବିବ୍ରତ କରିଛି। ନିକଟରେ ପୃଥ୍ୱୀ ଏକ ଟ୍ୱିଟ୍ କରିଥିଲେ। ଯାହାକୁ ସେ ଅଶ୍ୱୀନଙ୍କୁ ବି ଟ୍ୟାଗ୍ କରିଥିଲେ। ତେବେ ଟ୍ୱିଟ୍ ରେ ଅଶ୍ୱୀନ ଯାହା କମେଟ୍ କରିଛନ୍ତି ତାହା ହିଁ ଏବେ ପାଲଟିଛି ଚର୍ଚ୍ଚାର ବିଷୟ। ପୃଥ୍ୱୀଙ୍କ ଟ୍ୱିଟ୍ ପ୍ରତି କାହାର ନଜର ପଡିନଥାନ୍ତା ଯଦି ସେ ଅଶ୍ୱୀନଙ୍କୁ ଟ୍ୟାଗ କରିନଥାନ୍ତେ। ହେଲେ ଏଥିରେ ଅଶ୍ୱୀନ କମେଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ତେବେ କଥାଟା ହେଉଛି ଏପରି ପୃଥ୍ୱୀ ସାଉଥ ଇଣ୍ଡିଆନ ଆକ୍ଟ୍ରିସ୍ ତ୍ରିଷା କ୍ରିଷ୍ଣନଙ୍କ ସହ ଏକ ଫଟୋ ତାଙ୍କ ସୋସାଲ ମିଡିଆରେ ଅପଲୋଡ କରିବା ସହ ଅଶ୍ୱୀନଙ୍କୁ ଟ୍ୟାଗ କରିଥିଲେ। ଏକଦା ତ୍ରିଷା ଅଶ୍ୱୀନଙ୍କ କ୍ଲାସମେଟ ଥିଲେ। ଅଶ୍ୱୀନ ମଧ୍ୟ ତାଙ୍କ ଲାଗି ଫ୍ୟାନକ୍ଲବ ଗଢିଥିଲେ। ହେଲେ ପରେ ସେମାନେ ପୃଥକ ହୋଇଯାଇଥିଲେ। ତେବେ ପୃଥ୍ୱୀ ନିଜ ସୋସାଲ ସାଇଟ୍ ରେ ତ୍ରିଷାଙ୍କ ସହ ନିଜ ଫଟୋ ଅପଡେଟ କରି  ଉଲ୍ଲେଖ କରିଥିଲେ ‘ୱିଥ୍ ଆବସଲ୍ୟୁଟଲି ସ୍ୱିଟେଷ୍ଟ’। ହେଲେ ନିଜ ଜୀବନ ସଙ୍ଗିନୀଙ୍କ ସହ ବାନ୍ଧବୀଙ୍କ ଫଟୋ ଦେଖି ଚିଡିଯାଇ ଅଶ୍ୱୀନ ଉଲ୍ଲେଖ କରିଛନ୍ତି ‘ମୋତେ ଚିଡେଇବା ବନ୍ଦ କର, ଏସବୁ ମୋତେ ବରଦାସ୍ତ ହେଉନି’। ହେଲେ ଅଶ୍ୱୀନଙ୍କ ଏହି ଦୁଇ ପଦ ଏବେ ବନାଗ୍ନୀ ଭଳି ବ୍ୟାପୀବାରେ ଲାଗିଛି ।

ସୂଚନା ଯୋଗ୍ୟଯେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜରୁଅଶ୍ୱୀନଙ୍କୁ ବସାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଏଣ୍ଟ୍ରି ମିଳିଥିବା ବେଳେ ମନୋନୟନକାରୀଙ୍କ ନିଷ୍ପତ୍ତିକୁ ଖେଳାଳିମାନେ ସ୍ୱାଗତ କରିଛନ୍ତି। ସ୍ପିନରଙ୍କ ସ୍ଥାନରେ ଟିମକୁ ଜଣେ ଅଲରାଉଣ୍ଡର ମିଳିଛନ୍ତି। ହେଲେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ନେଇ ପୂର୍ବତନ କ୍ରିକେଟର ଗାଭାସ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଶ୍ୱୀନ ଚଳିତବର୍ଷ  ଟିମ୍ ଇଣ୍ଡିଆ ସହ ଗୋଟେ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନାହାନ୍ତି।

   Related Posts