ଅଶ୍ୱିନଙ୍କ ଜାଲରେ ଫସିଗଲା କଙ୍ଗାରୁ ଟିମ୍, ମାନିଲେ ମାର୍ଣ୍ଣସ୍ ଲାବୁସେନ୍

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ,୦୧/୦୧: ଭାରତୀୟ ସ୍ପିନର ଆର ଅଶ୍ୱିନଙ୍କ ଚତୁର ବୋଲିଂରେ ଫସିଗଲା ଅଷ୍ଟ୍ରେଲିଆ ଟିମ୍ । ତେଣୁ ମେଲବର୍ଣ୍ଣରେ ମାତ୍ ଖାଇଲା କଙ୍ଗାରୁ ବାହିନୀ । ଏକଥା ମାନିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ ମାର୍ଣ୍ଣସ୍ ଲାବୁସେନ୍ ।

ଏବେସୁଦ୍ଧା ଖେଳାଯାଇଥିବା ଦୁଇଟି ଟେଷ୍ଟର ୩ଟି ଇନିଂସରେ ଅଷ୍ଟ୍ରେଲିଆ ୧୯୧, ୧୯୫ ଓ ୨୦୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଦୁଇଟି ଟେଷ୍ଟରେ ଅଶ୍ୱିନ୍ ୧୦ଟି ଓ୍ୱିକେଟ୍ ନେଇଥିଲେ । ଏହାମଧ୍ୟରୁ ସେ ଷ୍ଟିଭ୍ ସ୍ମିଥଙ୍କୁ ଦୁଇ ଥର ଓ ଲାବୁସେନଙ୍କୁ ଥରଟିଏ ଆଉଟ୍ କରିଛନ୍ତି ।

ଲାବୁସେନ ଏକ ଭର୍ଚ୍ୟୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ପୂର୍ବରୁ କେବେ ଅଶ୍ୱିନଙ୍କୁ ସାମ୍ନା କରିନଥିଲେ । ସେ ଜଣେ ମହାନ ସ୍ପିନର ସହ ଚତୁର ବୋଲର ମଧ୍ୟ । ସେ ସମସ୍ତ ପ୍ରସ୍ତୁତି କରି ଷ୍ଟାଡିୟମକୁ ଆସିଥିଲେ । ଭାରତୀୟ ବୋଲର ଆକର୍ଷଣୀୟ ବୋଲିଂ କରିଥିଲେ । ଭାରତର ସ୍ପିନ୍ ଓ ଦ୍ରୁତ ବୋଲିଂ ଶକ୍ତିଶାଳୀ ରହିଛି ।

ତେବେ ସ୍ମିଥଙ୍କ ଖରାପ ଫର୍ମକୁ ନେଇ ସେ କହିଛନ୍ତି ଯେ, ସେ କିଛି ସମୟ ପୂର୍ବରୁ ଶତକ ଅର୍ଜନ କରିଥିଲେ । ସେ ଦିନିକିଆରେ ଅଧିକ ମ୍ୟାଚ୍ ଖେଳିଛନ୍ତି । ନାଲି ବଲରେ ତାଙ୍କର ଅଧିକ ଅଭିଜ୍ଞତା ନାହିଁ । ଟେଷ୍ଟ କ୍ରିକେଟରେ ତାଙ୍କର ୬୦ରୁ ଅଧିକ ଆଭରେଜ୍ ରହିଛି । କ୍ୟାରିଅର ଆରମ୍ଭରୁ ଶେଷ ଯାଏଁ ସ୍ମିଥ୍ ଭଲ ଖେଳିଥିବା ଲାବୁସେନ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.