Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଗତ ବର୍ଷ ଲାଗୁଥିଲା ଟେଷ୍ଟ କ୍ରିକେଟ୍ ଆଉ ଖେଳି ପାରିବି ନାହିଁ, କ୍ୟାରିୟର ସମାପ୍ତ ହୋଇଯିବ: ରବିଚନ୍ଦ୍ରନ ଅଶ୍ଵିନ

30/11/2021 at 5:23 PM

ନୂଆଦିଲ୍ଲୀ ୩୦।୧୧: ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ୍‌ରେ ତୃତୀୟ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି ରବିଚନ୍ଦ୍ରନ ଅଶ୍ଵିନ। ସେ ଗତକାଲି କାନପୁରରେ ସଂପନ୍ନ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ଵିତୀୟ ଇନିଂସରେ ୩ ଓ୍ଵିକେଟ୍ ନେଇ ହରଭଜନ ସିଂହଙ୍କୁ ପଛରେ ପକାଇଛନ୍ତି। ଏହା ମଧ୍ୟରେ ଅଶ୍ଵିନ ବଡ ଖୁଲାସା କରିଛନ୍ତି, ତାଙ୍କ ମନରେ ଭୟ ଥିଲା ଯେ, ଗତ ବର୍ଷ କରୋନା ମହାମାରୀ କାରଣରୁ ଉପୁଜିଥିବା ପରିସ୍ଥିତିରେ ତାଙ୍କର କ୍ୟାରିୟର ସମାପ୍ତ ହୋଇଯିବ। ୩୫ ବର୍ଷୀୟ ଅଶ୍ଵିନ ନିଜର ୮୦ତମ ଟେଷ୍ଟରେ ୪୧୯ ଓ୍ଵିକେଟ୍ ନେଇ ହରଭଜନ ସିଂହ(୧୦୩ ଟେଷ୍ଟ ୪୧୭ ଓ୍ଵିକେଟ୍)ଙ୍କୁ ପଛରେ ପକାଇଛନ୍ତି।

ସେ କହିଛନ୍ତି ଗତ ବର୍ଷ ଆରମ୍ଭରେ ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପରେ ତାଙ୍କ କ୍ୟାରିୟର  ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥିଲା। ଗତ କିଛି ବର୍ଷରେ ଯାହା କିଛି  ହେଉଥିଲା, ସେଥିରେ ଲାଗୁଥିଲା ଯେ, ସେ ଆଉ ଟେଷ୍ଟ କ୍ରିକେଟ୍ ଖେଳି ପାରିବେ କି ନାହିଁ।

ଅଶ୍ଵିନ କହିଛନ୍ତି, ମୁଁ ୨୦୨୦ ଫେବୃଆରୀ ୨୯ରେ ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହୋଇଥିବା ଟେଷ୍ଟ ଖେଳି ନଥିଲି। ମୁଁ ଦ୍ଵନ୍ଦ୍ଵରେ ଥିଲି ଯେ, ପୁନର୍ବାର ଟେଷ୍ଟ ଖେଳି ପାରିବି କି ନାହିଁ। ମୋର ଭବିଷ୍ୟତ କଣ ହେବ ? କଣ ମୋତେ ଟେଷ୍ଟ ଦଳରେ ଆଉ ସୁଯୋଗ ମିଳିବ। କାରଣ ମୁଁ କେବଳ ଗୋଟିଏ ଫର୍ମାଟ୍‌ରେ ହିଁ କ୍ରିକେଟ୍ ଖେଳୁଥିଲି। ଈଶ୍ଵର ଦୟାଳୁ ଏବଂ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି।

ଅଶ୍ଵିନ କହିଛନ୍ତି, ଯେବେ  ମୁଁ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଲି ଶ୍ରେୟସ ଆୟର ଦଳର ଅଧିନାୟକ ଥିଲେ। ତେବେଠୁ ସ୍ଥିତିରେ ପରିବର୍ତ୍ତନ ଆସିଥିଲା। ହେଲେ ପୂରା ପରିବାର ମେ ମାସରେ କରୋନା ସଂକ୍ରମିତ ହେବାରୁ  ଅଶ୍ଵିନଙ୍କୁ ଆଇପିଏଲ ଛାଡିବାକୁ ପଡିଥିଲା। ଏମିତି ସମୟରେ ହରଭଜନ ସିଂହ ମୋତେ ଅଫ ସ୍ପିନ ବୋଲିଂ କରିବାକୁ ପ୍ରେରିତ କରିଥିଲେ ବୋଲି ଅଶ୍ଵିନ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ତାଙ୍କଠୁ ପ୍ରେରଣା ନେଇ ମୁଁ ଅଫ ସ୍ପିନ ବୋଲିଂ କରି ଆଜି ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ମୋତେ ପ୍ରେରିତ କରିଥିବାର ଭଜିଙ୍କୁ ଧନ୍ୟବାଦ। ଏହା ମୋ ପାଇଁ ଏକ ସ୍ମରଣୀୟ ଉପଲବ୍ଧି। ମୋ ପାଇଁ ଏହା ଗର୍ବର ବିଷୟ ଯେ, ଏହି କାନପୁର ପଡିଆରେ ହିଁ ୨୦୦ତମ ଟେଷ୍ଟ ଓ୍ଵିକେଟ୍ ନେଇଥିଲି ଏବଂ ଏହି ପଡିଆରେ ମୁଁ ହରଭଜନଙ୍କୁ ପଛରେ ପକାଇଛି।

ପ୍ରଥମ ଟେଷ୍ଟ ଡ୍ର ବିଷୟରେ ଅଶ୍ଵିନ କହିଛନ୍ତି, ଏବେ ମଧ୍ୟ ବିଶ୍ଵାସ ହେଉ ନାହିଁ ଯେ, ଆମେ ମ୍ୟାଚ୍ ଜିତି ପାରିଲୁ ନାହିଁ। ମୋ ପାଇଁ ଏହା ହଜମ ହେବା ବହୁତ ମୁସ୍କିଲ। ଏମିତି ଘଟଣା ଜାମାଇକାରେ ମଧ୍ୟ ହୋଇଥିଲା। ଶେଷ ଦିନରେ ଜିତିବାକୁ ଆମେ ଯଥା ସମ୍ଭବ ଉଦ୍ୟମ କରିଥିଲୁ, ମାତ୍ର ଜିତି ପାରିନଥିଲୁ।

   Related Posts