Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଆର ଅଶ୍ଵିନଙ୍କୁ ୪ ବର୍ଷ ପରେ ମିଳିଲା ସୁଯୋଗ, ଦ୍ରାବିଡକୁ ନେଇ କହିଲେ- ତାଙ୍କୁ ମୁଁ ଅପେକ୍ଷା କରିଛି

4/11/2021 at 7:43 PM

ଦୁବାଇ ୦୪।୧୧: ଭାରତର ଅନୁଭବୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଦୀର୍ଘ ଚାରି ବର୍ଷ ପରେ ଭାରତୀୟ ଦଳ ପକ୍ଷରୁ ସୀମିତ ଓଭର କ୍ରିକେଟ୍ ଖେଳିବାର ସୁଯୋଗ ମିଳିଲା। ଆଉ ଏହାର ଭରପୂର ଫାଇଦା ଉଠାଇଛନ୍ତି ଏହି ଅଭିଜ୍ଞ ସ୍ପିନର। ରାହୁଲ ଦ୍ରାବିଡଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯିବା ନିଷ୍ପତ୍ତିକୁ ସେ ସ୍ଵାଗତ କରିଛନ୍ତି। ସେ କହିଛନ୍ତି ଦ୍ରାବିଡଙ୍କ ପାଖରେ କ୍ରିକେଟ୍‌ର ଅପାର ଜ୍ଞାନ ରହିଛି, ଯାହା ଆମ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ଏନସିଏ ନିର୍ଦ୍ଦେଶକ ଭାବେ କାମ କରିଥିବା ଦ୍ରାବିଡଙ୍କୁ ୨୦୨୩ ବିଶ୍ଵ କପ୍ ପର୍ଯ୍ୟନ୍ତ କୋଚ୍ ଦାୟିତ୍ଵ ଦିଆଯାଇଛି। ସେ ଟି-୨୦ ବିଶ୍ଵ କପ୍‌ ପରେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ହେଲେ ଦଳ ଏ ପର୍ଯ୍ୟନ୍ତ କୌଣସି ଆଇସିସି ଟ୍ରଫି ଜିତି ପାରି ନାହିଁ।

ଆର ଅଶ୍ଵିନ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ରାହୁଲ  ଭାଇଙ୍କୁ କ୍ରିକେଟ୍‌ର ଅପାର ଜ୍ଞାନ ରହିଛି। ସେ ଏନସିଏର ନିର୍ଦ୍ଦେଶକ ରହିଥିବା ସହ ଭାରତ ଏ ଦଳର କୋଚ୍ ମଧ୍ୟ ଥିଲେ। ତାଙ୍କୁ ବେଶ୍ ଭଲ ଭାବେ ଜଣା ଯେ, ସେ କଣ କରିବେ। ସେ ସମସ୍ତ ଯୁବ ଖେଳାଳିଙ୍କୁ ଜାଣିଛନ୍ତି ଏବଂ ମୁଁ ତାଙ୍କ କାର୍ଯ୍ୟକାଳକୁ ଅପେକ୍ଷା କରିଛି। ମୁଁ ତାଙ୍କ ସହ ଯୋଗଦାନ ଦେବାକୁ ଚାହୁଁଛି ବୋଲି ଅଶ୍ଵିନ କହିଛନ୍ତି।

ଅଶ୍ଵିନ ଟି-୨୦ ବିଶ୍ଵ କପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲେ। ବିଶ୍ଵ କପ୍‌ରେ ଏହା ତାଙ୍କର ପ୍ରଥମ ବିଶ୍ଵ କପ୍ ଥିଲା। ସେ ଦମଦାର  ବୋଲିଂ କରି ୧୪ ରନ ଦେଇ ୨ ଓ୍ଵିକେଟ୍ ନେଇଥିଲେ। ସୂଚନାଯୋଗ୍ୟ, ଅଶ୍ଵିନ ଦୀର୍ଘ ୪ ବର୍ଷ ପରେ ସୀମିତ ଓଭର କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

   Related Posts