ଇମ୍ରାନଙ୍କୁ କ୍ଷମତାଚ୍ୟୁତ କରିବାକୁ ପାକିସ୍ତାନରେ ପ୍ରସ୍ତୁତି, ବୈଦେଶିକମନ୍ତ୍ରୀ କ୍ୟୁରେସୀ ହେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 25, 2019 IST

ଇସ୍ଲାମାବାଦ : କାଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମର୍ଥନ ଯୋଗାଡରେ ବିଫଳ ଇମ୍ରାନଙ୍କୁ ଏବେ କ୍ଷମତାରୁ ବିତାଡିତ କରିବା ଲାଗି ପାକିସ୍ତାନରେ ପ୍ରୟାଶ ଆରମ୍ଭ ହୋଇଛି। ଏହି ସୂଚନା ଏବେ ପାକ୍ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବେଳେ ଇମ୍ରାନଙ୍କ ମନ୍ତ୍ରୀମାନେ ହିଁ ତାଙ୍କର ବିଦ୍ରୋହୀ ହୋଇଉଠିଛନ୍ତି।   ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ବେଳେ ସେ ଏଥିଲାଗି ଲବି କରୁଥିବା ଜଣାପଡିଛି। 

{"id":162528}

ଇମ୍ରାନ ଦେଶର କ୍ଷମତା ଡୋରୀ ସମ୍ଭାଳିବା ପରଠାରୁ ଆତଙ୍କବାଦ ଓ ଆର୍ଥିକ ଦେବାଳିଆ ପରିସ୍ଥିତିରେ ଘେରିଯାଇଛନ୍ତି। ଏଥିରୁ କୌଣସି ଗୋଟିଏ ବି ସମସ୍ୟାର ସମାଧାନ ହୋଇ ପାରୁନଥିବା ବେଳେ ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିବା ଇମ୍ରାନଙ୍କ ଲାଗି ମସ୍ତବଡ ଆହ୍ୱାନ ପାଲଟିଥିଲା। ତେବେ ଅନ୍ତର୍ଜାତୀୟ ମଞ୍ଚରେ ଇମ୍ରାନଙ୍କ କୁଟନୀତି ବିଫଳ ହୋଇଥିବାରୁ  ବିରୋଧୀ ତୀବ୍ର ସମାଲୋଚନା କରୁଛନ୍ତି।

{"id":162529,"width":577,"height":385}

ବିରୋଧୀଙ୍କ ସହ ଏବେ ଶାସକ ଦଳର ମନ୍ତ୍ରୀ ଓ ସାଂସଦମାନେ  ସ୍ୱର ମିଳାଇଥିବା ବେଳେ ଇମ୍ରାନଙ୍କ ସରକାରଙ୍କୁ ଏକ ବିଫଳ ସରକାର ବୋଲି କହୁଛନ୍ତି। ଏଣୁ ଇମ୍ରାନଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଶାସକ ଦଳର ସଦସ୍ୟ ଏକଜୁଟ ହୋଇଯାଇଥିବା ବେଳେ ବୈଦେଶିକ ମନ୍ତ୍ରୀ କ୍ୟୁରେସୀ ଏବେ ପ୍ରଧାନମନ୍ତ୍ରୀ ହେବାକୁ ଲାଳାୟିତ ଅଛନ୍ତି। ଏଣୁ ଇମ୍ରାନଙ୍କୁ ହଟାଇ କ୍ଷମତା ହାସଲ ଲାଗି କ୍ୟୁରେସୀ ତାଙ୍କ ସ୍ତରରେ ଉଦ୍ୟମ କରୁଥିବାର ସୂଚନା ମିଳୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.