ଅଭିଯୋଗ ଆଣିଲା ପାକିସ୍ତାନ, କହିଲା ଆଫଗାନିସ୍ତାନରେ ଆବଶ୍ୟକତାରୁ ଅଧିକ ବଢୁଛି ଭାରତର ଉପସ୍ଥିତି

Published By : Prameya-News7 Bureau | June 18, 2021 IST

ଇସ୍ଲାମାବାଦ ୧୮।୬: ଆଫଗାନିସ୍ତାନରେ ଭାତର ଉପସ୍ଥିତି ନେଇ ଆପତ୍ତି କରିଛି ପାକିସ୍ତାନ। ଆବଶ୍ୟକତା ଠାରୁ ଭାରତର ଏଠାରେ ଅଧିକ ଉପସ୍ଥିତି ଥିବା ନେଇ ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀ କହିଛନ୍ତି। ଆଫଗାନିସ୍ତାନରୁ ଆମେରିକୀୟ ସୈନିକଙ୍କ ପ୍ରତ୍ୟାହାରରେ ଶାନ୍ତି ପ୍ରକ୍ରିୟା ଲାଗି ଭାରତ କୂଟନୈତିକ ଗତିବିଧିରେ ବିସ୍ତାର କରିଛି। ତେବେ ଭାରତର ପଦକ୍ଷେପକୁ ନେଇ କ୍ୟୁରେସୀ ଟିପ୍ପଣୀ କରିଛନ୍ତି। କହିଛନ୍ତି ଯେ ଦେଖାଯାଉଛି ଯୁଦ୍ଧବିଧ୍ୱଂସ୍ତ ଦେଶରେ ଭାରତର ଉପସ୍ଥିତି ଆବଶ୍ୟକତାଠାରୁ ବି ଅଧିକ ହେଉଛି।

ଉଲ୍ଲେଖ ଯୋଗ୍ୟଯେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ମଙ୍ଗଳବାର ଦୋହାରେ ବିଶେଷ ଆମେରିକୀୟ ପ୍ରତିନିଧି ଜଲମୈ ଖଲିଲଜାଦ୍‌ଙ୍କୁ ଭେଟିଥିଲେ। ଏଥିରେ କ୍ଷେତ୍ର ସମ୍ପର୍କିତ ବିଚାରରେ ଆଦାନପ୍ରଦାନ ହୋଇଥିଲା। କ୍ୟୁରେସୀ ଦ୍ୱିପୀକ୍ଷିକ ସମ୍ପର୍କ ରଖିବାକୁ ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଅଧିକାର କ୍ଷେତ୍ର ଅନ୍ତର୍ଗତ ବୋଲି କହିଛନ୍ତି। ତେବେ ଭାରତ ସହ ଆଫଗାନିସ୍ତାନର ସୀମା କୌଣସି କ୍ଷେତ୍ରରେ ବି ମିସୁ ନାହିଁ। ଏଣୁ ଯଦି ଆଫଗାନିସ୍ତାନ ଆମ ବିରୋଧରେ ଭାରତକୁ ତାର ଭୂମି ଉପଯୋଗ କରିବାକୁ ଦିଏ ତେବେ ଆମେ ଏହାକୁ ନିଶ୍ଚିତ ବିରୋଧ କରିବୁ ବୋଲି କ୍ୟୁରେସୀ କହିଛନ୍ତି।

ତେବେ ଆଫଗାନିସ୍ତାନର ଭୂମିକୁ ଭାରତ କାହିଁକି ପାକିସ୍ତାନ ବିପକ୍ଷରେ ଉପଯୋଗ କରିବ ବୋଲି ଗଣମାଧ୍ୟମ  ପ୍ରଶ୍ନର ଜବାବରେ ସେ ଏହା କରୁଛି ବୋଲି କହିଛନ୍ତି। ପାକିସ୍ତାନ ବିରୋଧରେ ଆତଙ୍କବାଦ ଗତିବିଧିକୁ ଭାରତ ରିତିମତ ଫଳପ୍ରଦ କରୁଥିବା ସେ ଅଭିଯୋଗ କରିଛନ୍ତି।  କାରଣ ଆଫଗାନିସ୍ତାନରେ ଏବେବି ଦାଏସ୍‌ ଭଳି ଶକ୍ତିର ଉପସ୍ଥିତି ରହିଛି ବୋଲି ସେ କହିଛନ୍ତି। ଭାରତ ନିଜର ତାକତ ବୃଦ୍ଧି କରିବାକୁ ଚାହୁଁଛି। ଏଣୁ ଯୁଦ୍ଧ ଅର୍ଥବ୍ୟବସ୍ଥାରୁ ଭାରତକୁ ଲାଭ ମିଳିବ ବୋଲିସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.