Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଭାରତ ଛାଡି, ଧର୍ମ ପରିବର୍ତ୍ତନ କରି ପାକିସ୍ତାନରେ ବିବାହ କରିଥିବା ମହିଳାଙ୍କ ଏବେ ଏହି ଅବସ୍ଥା

13/11/2019 at 5:09 PM

ନୂଆଦିଲ୍ଲୀ୧୩/୧୧: ୧୯ ବର୍ଷ ତଳେ ଭାରତ ଛାଡି, ଧର୍ମ ଓ ନାମ ପରିବର୍ତ୍ତନ କରି ପାକିସ୍ତାନୀଙ୍କୁ ବିବାହ କରିଥିବା ଜଣେ ଭାରତୀୟ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏହି ମହିଳା ଏବେ ନିଜ କାହାର ସାମ୍ନାରେ ନିଜ ପରିଚୟ ଦେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବିବାହର ୧୯ ବର୍ଷ ପରେ ବି ତାଙ୍କୁ ପାକିସ୍ତାନର ନାଗରିକତ୍ୱ  ପ୍ରମାଣପତ୍ର ଦେବା ପାଇଁ ପାକିସ୍ତାନ ବିଳମ୍ବ କରୁଛି ।

ସୂଚନା ଅନୁସାରେ ଶାରଜାହରେ ରହୁଥିବା କାଜଲ ରଶୀଦ୍‌ ଖାନ ଜୁଲାଇ ୩୧ ତାରିଖରେ  ନିଜର ପରିଚୟ ପତ୍ର  ନବୀକରଣ ବା ରିନ୍ୟୁ  କରିବା ପାଇଁ ପାକିସ୍ତାନରେ ଆବେଦନ  କରିଥିଲେ। ଏପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ କାଜଲଙ୍କ ପ୍ରମାଣପତ୍ର ଜାରି କରାଯାଇ ନାହିଁ। ଏଥିଲାଗି ୭-୧୦ ଦିନ ଲାଗିବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଜାଣିଶୁଣି ବହୁ ବିଳମ୍ବ କରାଯାଉଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

କାଜଲଙ୍କ ସ୍ବାମୀ ମହମ୍ମଦ ରଶୀଦଙ୍କ କହିବା ଅନୁସାରେ ୩ ମାସ ହେବ ସେ ନ୍ୟାସନାଲ ଡାଟାବେସ ଆଣ୍ଡ୍‌ ରେଜିଷ୍ଟ୍ରେସନ ଅଥରିଟିକୁ ଇ-ମେଲ କରିଥିଲେ। ତଥାପି କାଜଲଙ୍କ ଆଇଡି ରିନ୍ୟୁ ହୋଇ ପାରି ନାହିଁ। କାଜଲଙ୍କ ଆଇଡି କାର୍ଡର ବୈଧତା ୨୦୨୩ ମସିହା ପର୍ଯ୍ୟନ୍ତ ରହିଛି।  କରାଚୀରେ ଥିବା କାଜଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ଦିଆଯାଇଛି । ବ୍ୟାଙ୍କ ଆକାଉଣ୍ଟ ପୁଣି ଥରେ ଚଳାଇବା  ପାଇଁ ନୂଆ ସ୍ମାର୍ଟର ଆବଶ୍ୟକ ବୋଲି ବ୍ୟାଙ୍କ ଅଧିକାରୀ କହିଛନ୍ତି।

କାଜଲଙ୍କ ସ୍ବାମୀଙ୍କ କହିବା ଅନୁସାରେ ତାଙ୍କ ପତ୍ନୀଙ୍କ ଆବେଦନକୁ  ବିନାକାରଣରେ ଅଟକାଇ ଦିଆଯାଇଛି। ତାଙ୍କ ପତ୍ନୀଙ୍କ ପାଖରେ ପାକିସ୍ତାନ ନାଗରିକତ୍ୱର  ପ୍ରମାଣପତ୍ର ରହିଛି। ଏଥିସହ ୨୦୦୧ ମସିହାରେ ତାଙ୍କ ପାକିସ୍ତାନୀ ପାସପୋର୍ଟ ଜାରି ହୋଇଛି। ତେବେ କାହିଁକି ଏପରି ତାଙ୍କ ସହ କରାଉଛି ବୋଲି ମହମ୍ମଦ ପ୍ରଶ୍ନ କରିଛନ୍ତି।

   Related Posts