Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟ୍ରେନ୍‌ରୁ ଚାଉଳ ଚୋରି ! ରେଳ ଧାରଣା ନିକଟସ୍ଥ ଘରୁ ବସ୍ତା ବସ୍ତା ଚାଉଳ ଜବତ

9/01/2020 at 11:37 AM

ଝାରସୁଗୁଡା ୯।୧: ଟ୍ରେନରୁ ହେଉଛି ଚାଉଳ ଚୋରି । ଝାରସୁଗୁଡାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗତକାଲି ରାତିରେ ଝାରସୁଗୁଡା ରେଳଷ୍ଟେସନ ନିକଟବର୍ତ୍ତି ଡବଲିଙ୍ଗ କଲୋନୀ ପାଖରେ ଥିବା ରେଳ ଧାରଣା ନିକଟରେ ଏକ ପରିତ୍ୟକ୍ତ ଘରୁ ପ୍ରାୟ ୨ଶହ କ୍ବିଣ୍ଟାଲ ଚାଉଳ ଜବତ କରିଛି ଜିଆରପି ପୋଲିସ। ରେଳ ଧାରଣା କଡର ଥିବା ଏକ ପରିତ୍ୟକ୍ତ ଘରେ ଓଏସସିଏସସି ଲେଖାଥିବା ଚାଉଳ ବସ୍ତା ଜବତ ହୋଇଛି ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚାଉଳକୁ ଉଠାଇ ଜିଆରପି ନିଜ ହେପାଜତକୁ ନେଇଛି । ଏହି ଚାଉଳ ଜବତ ସମୟରେ କେହି ବି ନିଜର ଚାଉଳ ବୋଲି ଦାବି କରିବାକୁ ଆସି ନଥିଲେ। ପ୍ରାଥମିକ ତଦନ୍ତରୁ ରେଳ ଯୋଗେ ଚାଉଳ ଯିବା ସମୟରେ ବାହାର କରାଯାଇଥିବା ସନ୍ଦେହ କରିଛି ପୋଲିସ । କିନ୍ତୁ ଏଭଳି ଚାଉଳ ଗଚ୍ଛିତ ସମ୍ପର୍କରେ ଯୋଗାଣ ବିଭାଗ ନିକଟରେ କିଛି ତଥ୍ୟ ନାହିଁ। ଏ ଚାଉଳ କାହାର ବା କେଉଁଠୁ ଆସିଲା ତାହାର ତଦନ୍ତ ପାଇଁ ଦାବି ହୋଇଛି ।

   Related Posts