ସରକାରକା ମାଲ…ସମ୍ବଲପୁରରେ ଆହାର ଯୋଜନାରେ ଆସୁଥିବା କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ଟ୍ରାକ୍ଟର ଡାଲାରେ ବୁହାହୋଇ ପଡୁଛି ଅଳିଆଗଦାରେ

Published By : Prameya-News7 Bureau | January 10, 2019 IST

ସମ୍ବଲପୁର ୧୦|୧: ସହରାଞ୍ଚଳରେ ଗରିବ ଲୋକଙ୍କୁ ୫ଟଙ୍କାରେ ଭାତ ଡାଲମା ଯୋଗାଇବାକୁ ସରକାର ଆହାର ଯୋଜନା କରିଛନ୍ତି । ରାଜ୍ୟର ବିଭିନ୍ନ ସହରରେ ଏହି ଯୋଜନାରୁ ଅନେକ ଲୋକ ଉପକୃତ ବି ହେଉଛନ୍ତି ।ହେଲେ ସମ୍ବଲପୁରରେ ଆହାର ଯୋଜନା କେମିତି ଚାଲିଛି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

{"id":72567}

ଟ୍ରାକ୍ଟର ଡାଲାରେ ଲଦା ହୋଇ କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ଖତଗଦାରେ ଫିଙ୍ଗାଯାଉଛି । ହେଲେ ଏସବୁ ଉପରେ ସ୍ଥାନୀୟ ପ୍ରଶାସନର ନଜର ନାହିଁ । …..

{"id":72560}

ସକାଳୁ ସକାଳୁ ଅଳିଆ ବୁହା ଟ୍ରାକ୍ଟର ଡାଲାରେ କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭାବିଥିଲେ ବୋଧ ହୁଏ କୌଣସି ଭୋଜିରେ ବଳକା ବାସି ଖାଦ୍ୟ କି କୌଣସି ହୋଟେଲରୁ ନଷ୍ଟ ହୋଇଯାଇଥିବା ଖାଦ୍ୟକୁ ଏଭଳି ଅଳିଆ ବୁହା ଟ୍ରାକ୍ଟର ବୋହି ଖତଗଦାକୁ ନିଆଯାଉଛି ।

{"id":72561}

ସଂଦେହ ଦୂର କରବାକୁ ସେମାନେ ଗାଡ଼ି ଡ୍ରାଇଭରକୁ ପଚାରିଦେଲେ  । ହେଲେ ଟ୍ରାକ୍ଟର ଡ୍ରାଇଭର ଯାହା ଉତ୍ତର ଦେଲେ ସେଥିରେ ସମସ୍ତଙ୍କ ହୋସ୍‌ ଉଡ଼ିଯାଇଥିଲା । ଟ୍ରାକ୍ଟର ଡାଲାରେ ବୁହା ହୋଇ ଅଳିଆ ଗଦାରେ ପଡ଼ିବାକୁ ଯାଉଥିବା ଏହି ଖାଦ୍ୟ ସ୍ଥାନୀୟ ଆହାର କେନ୍ଦ୍ରରୁ ଅଣାଯାଇଥିଲା ।

{"id":72562}

ମାନେ ସହରାଞ୍ଚଳରେ ଗରିବ ଲୋକଙ୍କୁ ୫ଟଙ୍କାରେ ଭାତଡାଲମା ଦେବାକୁ ସରକାର ଯେଉଁ ଯୋଜନା କରିଛନ୍ତି ସେଇ ଯୋଜନାକୁ କେମିତି କାର୍ଯ୍ୟକାରୀ କରାଯାଉଛି ତା’ର ବାସ୍ତବ ଚିତ୍ର ଦେଖିବାକୁ ମିଳିଥିଲା ସମ୍ବଲପୁରରେ ।

{"id":72563}

ଲୋକେ ଖାଉନାହାନ୍ତି, ଖତଗଦାରେ ପଡ଼ୁଛି ଆହାର । ହେଲେ ଏଥିରେ କ୍ଷତି କାହାର ହେଉଛି ? ଏ ପ୍ରଶ୍ନର ଉତ୍ତର ଖୋଜିଲା ବେଳକୁ, ଆହାର ପାଇଁ ରନ୍ଧା ଖାଦ୍ୟ ଯୋଗାଉଥିବା ସଂସ୍ଥା କହୁଛି ଅର୍ଡ଼ର ଅନୁସାରେ ଆମେ ଖାଦ୍ୟ ଯୋଗାଉଛୁ ଆଉ ପଇସା ନେଉଛୁ । ଆମର କିଛି କ୍ଷତି ହେବାର ନାହିଁ ।

{"id":72564}

ଯଦି ଖାଦ୍ୟ ଯୋଗାଉଥିବା ସଂସ୍ଥାର କ୍ଷତି ହେଉନି, ତାହେଲେ ଏମିତି ଖାଦ୍ୟ ନଷ୍ଟ ହେଲ ସେ କାହିଁକି ଚିନ୍ତା କରିବେ । ଏମିତିରେ ଯେହେତୁ ଆହାର ପାଇଁ ସରକାର ଅର୍ଥ ଦେଉଛନ୍ତି, ତେଣୁ ସରକାରଙ୍କ କ୍ଷତି ହେଉଛି ।

{"id":72565}

ଯଦି ସରକାରଙ୍କ କ୍ଷତି ହେଉଛି, ତାହେଲେ ସରକାରୀ ଯୋଜନାର ତଦାରଖ କରିବା ଦାୟି୍ତ୍ବରେ ଯେଉଁ ପ୍ରଶାସନିକ ଅଧିକାରୀ ଅଛନ୍ତି ସେମାନେ କ’ଣ କରୁଛନ୍ତି ? ଏ ସମ୍ପର୍କରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ଉତ୍ତର ହେଉଛି ଗତାନୁଗତିକ ।

{"id":72566}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.