ଅଗ୍ନିକାଣ୍ଡରେ କ୍ବିଣ୍ଟାଲ କ୍ବିଣ୍ଟାର ଧାନ ପୋଡି ନଷ୍ଟ

Published By : Prameya-News7 Bureau | December 13, 2018 IST

ନବରଙ୍ଗପୁର ୧୩|୧୨: ପାପଡାହାଣ୍ଡି ବ୍ଲକ୍ ଝାଡକୁସୁମୀ ଗାଁର ନୂଆଗୁଡା ଓ ବଙ୍କା ସାହିରେ ୧୮ ଟି ଧାନ ଗଦାରେ ନିଆଁ ଲାଗି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୩ଶହରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଧାନ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଗୋଟିଏ ଗାଁରେ ଦୁଇଟି ସ୍ଥାନରେ ଥିବା ଧାନ ଗଦାରେ ନିଆଁ ଲାଗିଥିବାରୁ ଏହା କୌଣସି ଦୁର୍ବୃତ୍ତଙ୍କ କାମ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.