ଚାନ୍ଦିପୁରରୁ QRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଲକ୍ଷଭେଦ କ୍ଷମତା ୩୦କି.ମି.

Published By : Prameya-News7 Bureau | December 23, 2019 IST

ବାଲେଶ୍ବର ୨୩।୧: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ବିକ୍ ରିଆକ୍ସନ୍  ସରଫେସ୍  ଟୁ ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଆଜି ସକାଳ ୧୧ଟା ୪୯ମିନିଟ୍ ରେ ଏହି ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ  ସ୍ୱଦେଶୀ  ଜ୍ଞାନକୌଶଳରେ ନିର୍ମିତ । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ।

ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍ ଲଞ୍ଚର ସାହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ । ଭାରତ ସରକାରଙ୍କ ଡିଆରଡିଓ  ଭାରତ ଇଲେକ୍ଟ୍ରାନିକସ୍ ଓ ଭାରତ ଡାଇନାମିକସର ସହାୟତାରେ ଏହି କ୍ଷେପଣାସ୍ତ୍ର ବିକଶିତ ହୋଇଛି । କ୍ବିଆର୍ ସାମ୍  ମିସାଇଲର ପ୍ରଥମ ପରୀକ୍ଷଣ ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.