ତୁରନ୍ତ ଆକ୍ସନ- ଡାକ୍ତରଖାନା ସମ୍ମୁଖରେ ଥିବା ବେଆଇନ ପାଥୋ ଲାବ୍‌ ସିଲ୍‌, ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ଓ ନିଲମ୍ବିତ

Published By : Prameya-News7 Bureau | October 13, 2019 IST

ସୁନ୍ଦରଗଡ ୧୩/୧୦: ସୁନ୍ଦରଗଡ ଭାରପ୍ରାପ୍ତ ସିଡିଏମ୍ ଓ ପଙ୍କଜ ପଟେଲ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯେ।ଗୁଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏହା ସହ ସୁନ୍ଦରଗଡ ଡାକ୍ତରଖାନା ସାମ୍ନାରେ ଥିବା ବେଆଇନ ପାଥୋଲାବ୍‌କୁ ସିଲ୍‌ କରାଯାଇଛି। ଲାଇସେନ୍ସ ନ ଥାଇ ଏହି ପାଥଲାବରୁ ରୋଗୀମାନଙ୍କର ରକ୍ତ, ମଳ ମୂତ୍ର ପରୀକ୍ଷା କରି ଏହାରୁ ରିପୋର୍ଟ ଦିଆଯାଉଥିଲା। ଡାକ୍ତରଖାନା ଆଗରେ ମଣିଷଙ୍କ ଜୀବନ ସହ ଖେଳୁଥିବା ପାଥ ଲାବ୍‌ଥିଲେ ମଧ୍ୟ ଚିକିତ୍ସା ଅଧିକାରୀ କି ଅନ୍ୟ ପ୍ରଶାସନିକ ଅଧିକାରୀ ଏହା ଯାଞ୍ଚ କରି ନଥିଲେ ।

ସେହପରି ସୁନ୍ଦରଗଡ ସିଡିଏମ୍‌ଓ ମେ। ସରକାର ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆଜି ସୁନ୍ଦରଗଡ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ ୫ ଟି ସଚିବ । ହସପିଟାଲରେ ରେ।ଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହା ଭିତରେ ଡାଇଲେସିସ ରେ।ଗୀଙ୍କୁ ହସପିଟାଲରେ ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଥିଲା ।

ଡାଇଲେସିସ ରେ।ଗୀଙ୍କ ପାଇ ସୁବିଧା ଥାଇ ବି ସେମାନଙ୍କୁ ବାହାରକୁ ପଠାଯାଉଥିବା ଅଭିଯେ।ଗ ଆସିଥିଲା । ଏଥି ସହ ରେ।ଗୀଙ୍କ ଖାଦ୍ୟର ମାନ ଠିକ୍ ନଥିବା ବି ଅଭିଯେ।ଗ ହେ।ଇଥିଲା । ତେଣୁ ପଛରେ ନୁହେଁ ତୁରନ୍ତ ଆକ୍ସନ ନେଇଛନ୍ତି ସରକାର । ଚିକିତ୍ସାଳୟର ଭାରପ୍ରାପ୍ତ ସିଡିଏମଓ ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଛି । ଏଥି ସହ ହସପିଟାଲରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କୁ ତାଗିଦ୍ କରିଛନ୍ତି ୫ଟି ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.