Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କୋଲକାତା ନାଇଟ୍ ରାଇଡର୍ସ ଉପରେ ପ୍ରଶ୍ନ ଉଠାଇଥିଲେ, ଏବେ ଟୁର୍ଣ୍ଣାମେଣ୍ଟରୁ ବାହାର ହେଲେ କୁଲଦୀପ ଯାଦବ !

27/09/2021 at 10:13 PM

ନୂଆଦିଲ୍ଲୀ ୨୭।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରୁଥିବା କୋଲକାତା ନାଇଟ୍ ରାଇଡର୍ସ ଦଳକୁ ଲାଗିଲା ବଡ ଝଟକା। ଦଳର ଚାଇନାମ୍ୟାନ  ବୋଲର କୁଲଦୀପ ଯାଦବ ଆଇପିଏଲ ୨୦୨୧ରୁ  ବାହାରି ଯାଇଛନ୍ତି। କୁଲଦୀପ ୟୁଏଇରେ ଅଭ୍ୟାସ୍ ସମୟରେ ଆହତ ହୋଇଛନ୍ତି। ତେଣୁ ସେ ପୂରା ସିଜିନରୁ ବାଦ୍ ପଡିଛନ୍ତି। ତାଙ୍କ ଆହତ କେତେ ଗମ୍ଭୀର ତାହା ଜଣା ପଡିନାହିଁ। କିନ୍ତୁ କୁଲଦୀପ  ଭାରତ ଫେରି ଆସିଛନ୍ତି। ନିକଟରେ କୁଲଦୀପ କୋଲକାତା ନାଇଟ ରାଇଡର୍ସ ପ୍ରବନ୍ଧକଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଉଲ୍ଲେଖନୀୟ କୁଲଦୀପ ଯାଦବଙ୍କୁ ଦଳର  ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯାଉନଥିଲା। ଦ୍ଵିତୀୟ ପର୍ଯ୍ୟାୟ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହାକୁ ନେଇ ନିରାଶ ବ୍ୟକ୍ତ କରିଥିଲେ।

କୁଲଦୀପଙ୍କୁ ଚଳିତ ସଂସ୍କରଣରେ ଦଳ ପକ୍ଷରୁ ଗୋଟିଏ ହେଲେ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିନାହିଁ। ବାମହାତୀ ଏହି ଚାଇନାମ୍ୟାନ ବୋଲର ଗତ ସିଜିନ୍‌ରେ କେବଳ ୫ଟି ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଇଥିଲେ। ସେ ଖରାପ ଫର୍ମ ଦେଇ ଗତି କରୁଥିଲେ ଏବଂ ମାତ୍ର ଗୋଟିଏ ଓ୍ଵିକେଟ୍ ପାଇଥିଲେ। କୁଲଦୀପ ଯାଦବଙ୍କ ଆଇପିଏଲ ଫର୍ମ ୨୦୧୯ରୁ ନିମ୍ନଗାମୀ ହେବାରେ ଲାଗିଥିଲା। ସେହି ସିଜିନରେ ସେ ୯ଟି ମ୍ୟାଚ୍‌ରୁ କେବଳ ୪ ଓ୍ଵିକେଟ୍ ନେଇଥିଲେ। ଏଥିସହ ତାଙ୍କର ଇକୋନୋମି ହାର ୯.୬୬ ରହିଥିଲା।

ସୂଚନାଯୋଗ୍ୟ, କୁଲଦୀପ ଯାଦବ ଜଣେ ମ୍ୟାଚ୍ ବିଜେତା ବୋଲର। ମାତ୍ର କେକେଆର ପାଖରେ ଆହୁରି ଭଲ ସ୍ପିନର ଥିବାରୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରୁନଥିଲା। ବରୁଣ ଚକ୍ରବର୍ତ୍ତୀ ଚମତ୍କାର ଫର୍ମରେ ଅଛନ୍ତି ଏବଂ କୋଲକାତା ପାଖରେ ସୁନିଲ ନାରିନେଙ୍କ ପରି ବୋଲର ମଧ୍ୟ ରହିଛନ୍ତି। ଖରାପ ଫର୍ମ କାରଣରୁ କୁଲଦୀପ ନିକଟରେ ଟେଷ୍ଟ, ଦିନିକିଆ ଓ ଟି-୨୦ ତିନୋଟି ଫର୍ମାଟରୁ ଦଳରୁ ବାଦ୍ ପଡିଛନ୍ତି। ତାଙ୍କର କେନ୍ଦ୍ରୀୟ ଚୁକ୍ତି ମଧ୍ୟ ନବୀକରଣ କରାଯାଇନାହିଁ।

   Related Posts