Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଭିଡ୍ ସଂକ୍ରମିତଙ୍କୁ ସାହାଯ୍ୟ ନେଇ ସୋନୁଙ୍କ ଟ୍ଵିଟ୍ ଉପରେ ଉଠିଲା ପ୍ରଶ୍ନ, ୟୁଜର୍ସ କହିଲେ- ଅଭିନେତାଙ୍କ ବିରୋଧରେ ଓଡିଶା ସରକାର କରନ୍ତୁ କାର୍ଯ୍ୟାନୁଷ୍ଠାନ

17/05/2021 at 5:58 PM

ଭୁବନେଶ୍ଵର ୧୭।୦୫: ବଲିଉଡ ଅଭିନେତା ସୋନୁ ସୁଦ କରୋନାର ମୁସ୍କିଲ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ମାଗୁଥିବା ୟୁଜର୍ସଙ୍କ ସହ କଥା ହୋଇ ସେମାନଙ୍କ ପର୍ଯ୍ୟନ୍ତ ସହାୟତା ପହଞ୍ଚାଇବାରେ କାମ କରୁଛନ୍ତି ଅଭିନେତା। ହେଲେ ନିକଟରେ ଅଭିନେତାଙ୍କ ଏକ ପୋଷ୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠିଛି। ଏହି ପୋଷ୍ଟରେ ସୋନୁ ସୁଦ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଜଣେ ସଂକ୍ରମିତଙ୍କୁ ସାହାଯ୍ୟ କରିଥିବା ନେଇ ଯେଉଁ ଦାବି କରିଥିଲେ ତାକୁ ଗଞ୍ଜାମ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି। ଏହା ପରେ ସଂକ୍ରମିତଙ୍କ ସାହାଯ୍ୟ ନେଇ ସୋନୁ ସୁଦ କରୁଥିବା ଟ୍ଵିଟ୍ ଉପରେ ପ୍ରଶ୍ନ ଉଠିଛି। କିଛି ୟୁଜର୍ସ ସୋନୁ ସୁଦଙ୍କ ବିରୋଧରେ କେସ୍ ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। ଏ ପର୍ଯ୍ୟନ୍ତ ଏହି ମାମଲାରେ ଅଭିନେତାଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହେଉ

ଅନ୍ୟପଟେ ଏହି ମାମଲାରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଖୁବ୍ ପ୍ରତିକ୍ରିୟା ମିଳିଛି। ଜଣେ ୟୁଜର ଲେଖିଛନ୍ତି, ଓଡିଶା ସରକାର ପ୍ରଶାସନଙ୍କୁ ସୋନୁ ସୁଦଙ୍କ ପିଆର ଷ୍ଟାଣ୍ଡ  ଓ ମିଥ୍ୟା ପ୍ରଚାର ପାଇଁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ଅନ୍ୟ ୟୁଜର ମଧ୍ୟ ସୋନୁ ସୁଦଙ୍କ ବିରୋଧରେ ଆଇନଗଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି।

ଏମିତି ଜବାବ ଦେଲେ ଜିଲ୍ଲାପାଳ

ନିକଟରେ ଅଭିନେତା ସୋନୁ ସୁଦ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲରେ ଜଣେ ସଂକ୍ରମିତଙ୍କ ପାଇଁ ଶଯ୍ୟାର ବନ୍ଦୋବସ୍ତ କରାଇ ଦେଇଥିବା ଦାବି କରିଥିଲେ। ହେଲେ ଅଭିନେତାଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଜିଲ୍ଲାପାଳ କହିଛନ୍ତି, ଶଯ୍ୟାର ଅଭାବ ନେଇ କୌଣସି ଅଭିଯୋଗ ଆସିନାହିଁ କି, କେହି ବି ଏନେଇ ଅଭିଯୋଗ କରି ନାହାନ୍ତି। ଶଯ୍ୟା ପାଇଁ ଅଭିନେତା ଆମ ସହ କୌଣସି ଯୋଗାଯୋଗ କରି ନାହାନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ମେ ୧୭ରେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଜିଲ୍ଲାପାଳ ସୋନୁ ସୁଦଙ୍କ ଟ୍ଵିଟ୍‌ର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ, ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁସୁଦଙ୍କଠୁ କୌଣସି ସୂଚନା ପାଇନାହୁଁ କି ତାଙ୍କ ଦ୍ଵାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ। ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି। ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ। ବ୍ରହ୍ମପୁରର  ମହାନିଗରମ ଏହାର ତଦାରଖ କରୁଛନ୍ତି।

ସୂଚନାଯୋଗ୍ୟ, ମେ ୧୫ରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଜଣେ ସାମାଜିକ ଗଣମାଧ୍ୟମରେ ଶଯ୍ୟା ପାଇଁ ଆକୁଳ ନିବେଦନ କରିଥିବା ସଂକ୍ରମିତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଅଭିନେତା ସୋନୁ ସୁଦ।  ପ୍ରଦୀପ ବେହେରା ନାମକ ଜଣେ ଯୁବକ ସୋନୁ ସୁଦ୍‌ଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ। ସେ ବହୁ ଚେଷ୍ଟା କରିବା ପରେ ବି ତାଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ କୌଣସି ହସ୍‌ପିଟାଲ୍‌ରେ ଶଯ୍ୟା ମିଳୁନି। ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇଦେବାକୁ ସେ ଅନୁରୋଧ କରିଥିଲେ । ଟ୍ୱିଟ୍‌ କରିବାର କିଛି ସମୟ ପରେ ସୋନୁ ସୁଦ୍‌ ନିଜ ଟ୍ୱିଟ୍‌ ଆକାଉଣ୍ଟ୍‌ରେ ସିଟି ହସ୍‌ପିଟାଲ୍‌ରେ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ଉଲ୍ଲେଖ କରିଥିଲେ । ଉଭୟଙ୍କ ଟ୍ୱିଟ୍‌ ରବିବାର ବ୍ରହ୍ମପୁର ସହରରେ ଚର୍ଚ୍ଚିତ ହେବା ସାଙ୍ଗକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

   Related Posts