ପାକିସ୍ତାନରେ ଚୀନ୍ କମ୍ପାନୀଙ୍କୁ ୪୦ ବର୍ଷ ଶୁଳ୍କ ରିହାତି ନେଇ ଉଠିଲା ପ୍ରଶ୍ନ, କାଠଗଡାରେ ଇମ୍ରାନ ସରକାର

Published By : Prameya-News7 Bureau | June 20, 2020 IST

ଇସ୍ଲାମାବାଦ ୨୦।୬:  ପାକିସ୍ତାନରେ ଇମ୍ରାନ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଦେଶର ଆର୍ଥିକ ଅବସ୍ଥା ସାଂଘାତିକ ଥିବା ବେଳେ ବଲୁଚିସ୍ତାନ ଗ୍ୱାଦର ବନ୍ଦର ନିର୍ମାଣ ଲାଗି ଚୀନ୍ କମ୍ପାନୀମାନଙ୍କୁ ୪୦ ବର୍ଷ ପର୍ଯ୍ୟନ୍ତ ଶୁଳ୍କ ଛାଡ କରିଦେଇଛନ୍ତି । କେବଳ ଏତିକି ନୁହେଁ ଚୀନ କମ୍ପାନୀଙ୍କ ସହ ଏଠାରେ ଛୋଟ ଛୋଟ କାମର କଣ୍ଟ୍ରାକ୍ଟ ନେଉଥିବା କମ୍ପାନୀ ବି ଏହି ସୁବିଧା ଉପଲବ୍ଧ କରୁଥିବା ଜଣାପଡିବା ପରେ ଦେଶରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।

{"id":288952,"width":579,"height":243,"sizeSlug":"large"}

ଆର୍ଥିକ ମାମଲାକୁ ନେଇ ଗଠିତ ସଂସଦୀୟ ସମିତି ପାକ୍ ସରକାରଙ୍କ ଏହି ଚୋରା ପିରତି କଥା ଉଜାଗର  କରିଛନ୍ତି। ଦେଶ ଏବେ ଗୁରୁତର ଆର୍ଥିକ ସଂକଟରେ ଗତି କରୁଛି। ଏଣୁ ଶୁଳ୍କ ସଂଗ୍ରହ ନେଇ ଗଠିତ ସଂସଦୀୟ ସମିତି  ଚୀନ କମ୍ପାନୀଙ୍କ ଶୁଳ୍କ ସଂଗ୍ରହ ନେଇ ସରକାରଙ୍କୁ ରିପୋର୍ଟ ମାଗିଥିବା ବେଳେ ସେମାନଙ୍କୁ ଦେଶରେ ୪୦ ବର୍ଷ ପର୍ଯ୍ୟନ୍ତ ଶୁଳ୍କ ଛାଡ କରାଯାଇଥିବା ଜଣାପଡିଛି। ତେବେ ଚୀନ୍‌ ସହ ପାକିସ୍ତାନର ଏହା ଗୁପ୍ତ ବୁଝାମଣା ବୋଲି ଇମ୍ରାନ କହିବା ତାଙ୍କ ସରକାରଙ୍କୁ କାଠଗଡାରେ ଛିଡା କରିଛି।

{"id":288953,"width":581,"height":310,"sizeSlug":"large"}

ଗ୍ୱାଦରରେ ବନ୍ଦର ନିର୍ମାଣ ଚୀନ-ପାକିସ୍ତାନ ଇକୋନମିକ କରିଡର ଯୋଜନାରେ ହେଉଛି। ଏଥିରେ ପେଇଚିଂର ମହତ୍ୱାକାଙକ୍ଷୀ ୱାନ୍ ବେଲ୍ଟ ୱାନ୍ ରୋଡ ଓ ମେରିଟାଇମ୍ ସିଲ୍କ ରୋଡ ପ୍ରୋଜେକ୍ଟ ସଫଳ ହେବାକୁ ଯାଉଥିବା ବେଳେ ଏଥିରୁ ପାକିସ୍ତାନକୁ ଟଙ୍କାଟିଏ ବି ଲାଭ ମିଳୁନଥିବା ସଂସଦୀୟ ସମିତି ଜାଣିବାକୁ ପାଇଛନ୍ତି। ତେବେ ଚୀନ୍ ସହ ପାକିସ୍ତାନ ସ୍ୱାକ୍ଷର କରିଥିବା ଏହି ଯୋଜନା ସିକ୍ରେଟ୍ ଡିଲ ଅନ୍ତର୍ଗତ ହୋଇଥିବାରୁ ଏ ସମ୍ପର୍କରେ ତଥ୍ୟ ସାର୍ବଜନିକ କରାଯାଇ ପାରିବନି ବୋଲି ଓଲଟି କମିଟିଙ୍କୁ ଇମ୍ରାନ କହିବା ଏବେ ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି।

ଚୀନ ବିଆରଆଇରେ ୮୦ କୋଟି ଡଲାର ବ୍ୟୟରେ ଏହି ପୋର୍ଟର ନିର୍ମାଣ କରୁଥିବା ବେଳେ ଏଥିରୁ ବି ପାକିସ୍ତାନକୁ ଏବେ ଟଙ୍କାଟିଏ ମିଳୁ ନାହିଁ। ଏଣୁ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଲାଗି ପାକିସ୍ତାନ ବାରଦ୍ୱାର ସୁଣ୍ଢିପିଣ୍ଢା ହେଉଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାଙ୍କ ଭିନ୍ନ ଭିନ୍ନ ସର୍ତ୍ତ ପାଳନ କରିବାକୁ ବାଧ୍ୟ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.