ୟୁପିଏସସି ଇଣ୍ଟରଭିୟୁ ବେଳେ ପ୍ରାର୍ଥୀଙ୍କୁ ପଚରାଯାଇଥିବା ସବୁଠାରୁ କଠିନ ପ୍ରଶ୍ନ ; ଯାହା ଶୁଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | January 22, 2019 IST

ଭୁବନେଶ୍ୱର ୨୨/୧ : ୟୁପିଏସସିର ଆଇଏଏସ ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରେ ଗୋଟିଏ | ପ୍ରତ୍ୟେକ ଲେବଲ ପାସ କରି କରି ଗଲା ପରେ ଅନ୍ୟ ଲେବଲ ଆହୁରି କଠିନ ହୋଇଥାଏ | ପ୍ରଥମେ ପ୍ରିଲିମି ପରୀକ୍ଷା ହୋଇଥାଏ | ଏହାପରେ ମେନ ପରୀକ୍ଷା ହୋଇଥାଏ | ମେନ ପରୀକ୍ଷା ପାସ କରିବା ମଧ୍ୟ କଷ୍ଟସାଧ୍ୟ ହୋଇଥାଏ | ମେନ ପରୀକ୍ଷା ପାସ କରିବାପରେ ଇଣ୍ଟରଭିୟୁ ହୋଇଥାଏ | ଇଣ୍ଟରଭିୟୁ ଲେବଲ ମଧ୍ୟ ବହୁତ କଠିନ ଥାଏ | ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ଆଇଏଏସର ମେନ ପରୀକ୍ଷା ପାସ କରି ମଧ୍ୟ ଇଣ୍ଟରଭିୟୁରେ ଫେଲ ହୋଇଯାଇଥାନ୍ତି | କାରଣ ଇଣ୍ଟରଭିୟୁ ବେଳେ ଏମିତି କିଛି ଅଜବ ଅଜବ ପ୍ରଶ୍ନ ପଚରାଯାଇଥାଏ ଯାହାର ଜବାବ ଦେବ ସମସ୍ତଙ୍କ ପାଇଁ ସହଜ ହୋଇନଥାଏ | ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ବିଷୟରେ କହିବୁ, ଯାହାସବୁ ଇଣ୍ଟରଭିୟୁ ବେଳେ ପଚରାଯାଇଥାଏ |

{"id":76784,"width":588,"height":441}

୧. ପ୍ରଶ୍ନ - ଆଦର୍ଶ ଏବଂ ଅନୁପମ ଦୁଇ ଜାଅଁଳା ଭାଇ, ଉଭୟ ମେ’ରେ ଜନ୍ମ ହୋଇଥିଲେ | କିନ୍ତୁ ଉଭୟଙ୍କ ଜନ୍ମ ଦିନ ଜୁନରେ ଆସିଥାଏ | ଏହା କିଭଳି ସମ୍ଭବ ?

ଉତ୍ତର - ଏହା ଏଇଥିପାଇଁ ସମ୍ଭବ କାରଣ ମେ ସେହି ସ୍ଥାନର ନାଁ ଯେଉଁଠି ଆଦର୍ଶ ଏବଂ ଅନୁପମ ଜନ୍ମ ହୋଇଥିଲେ |

୨. ପ୍ରଶ୍ନ - ଯଦି ମୁଁ ଆପଣଙ୍କ ଭଉଣୀଙ୍କ ସହ ଫେରାର ହୋଇଯାଏ ଏବଂ ଆପଣ ଏ ବିଷୟରେ ଜାଣିବା ପରେ ଆପଣଙ୍କ ପ୍ରତିକ୍ରିୟା କିଭଳି ହେବ ?

{"id":76785,"width":588,"height":441}

ଉତ୍ତର - ଏହା ମୋ ପାଇଁ ଅତ୍ୟନ୍ତ ଖୁସିର ଖବର | କାରଣ ମୁଁ ଭିବିବି ଯେ, ମୋ ଭଉଣୀ ପାଇଁ ଆପଣଙ୍କ ଭଳି ଯୋଗ୍ୟ ଏବଂ ଗୁଣଵାନ ସ୍ୱାମୀ ଆଉ କେଉଁଠି ମିଳିନଥାନ୍ତେ |

୩. ପ୍ରଶ୍ନ - ସକାଳୁ ଉଠୁ ଉଠୁ ଯଦି ଆପଣ ଜାଣିବାକୁ ପାଆନ୍ତି ଯେ, ଆପଣ ଗର୍ଭବତୀ ଅଛନ୍ତି ତାହେଲେ ଆପଣଙ୍କ ଅବସ୍ଥା କଣ ହେବ ?

ଉତ୍ତର - ଜଣେ ଯୁବତୀ କହିଲେ, ସାର ପ୍ରଥମେ ଏହି ଖୁସି ଖବର ମୋ ସ୍ୱାମୀଙ୍କୁ ଦେବି ଏବଂ ଏହା ମୋ ପାଇଁ ଅତ୍ୟନ୍ତ ଖୁସି ଖବର | ମୁଁ ଖୁସି ପାଳନ କରିବି | ଆଉ ଏଇଥିପାଇଁ ମୁଁ ଗୋଟେ ଦିନ ଛୁଟି ମଧ୍ୟ ନେବି |

୪. ପ୍ରଶ୍ନ - ଯଦି ଗୋଟିଏ କାନ୍ଥ ନିର୍ମାଣ କରିବା ପାଇଁ ୮ ଜଣ ପୁରୁଷଙ୍କୁ ୧୦ ଘଣ୍ଟା ସମୟ ଲାଗେ ତାହେଲେ ସେହି କାନ୍ଥକୁ ନିର୍ମାଣ କରିବା ପାଇଁ ୪ ଜଣଙ୍କୁ କେତେ ସମୟ ଲାଗିବ ?

{"id":76786}

ଉତ୍ତର - ଜବାବରେ ପ୍ରାର୍ଥୀ କହିଥିଲେ, ସାର, କାନ୍ଥ ତ ନିର୍ମାଣ ହୋଇସରିଛି | ତାକୁ ପୁଣି କାହିଁକି ନିର୍ମାଣ କରାଯିବ |

୫. ପ୍ରଶ୍ନ - ଯଦି ଆପଣଙ୍କ ହାତରେ ୩ଟି ସେଓ ଓ ୪ଟି କମଳା ଥାଏ ଏବଂ ଅନ୍ୟ ହାତରେ ୪ଟି ସେଓ ଓ ୩ଟି କମଳା ଥାଏ, ତାହେଲେ ଆପଣଙ୍କ ପାଖରେ କଣ ଅଛି ?

ଉତ୍ତର - ବହୁତ ବଡ ହାତ |

{"id":76787}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.