ଏହା କ’ଣ ଶିଶୁ ସୁରକ୍ଷା ! ଉଦ୍ଧାର ଶିଶୁଙ୍କୁ ବାଳାଶ୍ରମରେ ଛାଡ଼ିଲା ପରେ ଶିଶୁ ମଙ୍ଗଳ ସମିତି ନୀରବ...କେମିତି ବଞ୍ଚୁଛି ଦେଖୁଛି କିଏ?

Published By : Prameya-News7 Bureau | February 06, 2020 IST

ଯାଜପୁର ୬/୨: ରାଜ୍ୟରେ କେମିତି ଚାଲିଛି ଶିଶୁ ସୁରକ୍ଷା ?  ପରଦା ପଛର କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତାକଡ଼ରୁ ଶିଶୁ ଶ୍ରମିକ, ନିର୍ଯାତିତ ଓ ଅସହାୟ ଶିଶୁଙ୍କୁ ଉଦ୍ଧାର କରି ବାହା ବାହା ନେଉଛି ଶିଶୁ ମଙ୍ଗଳ ସମିତି କିମ୍ବା ଶିଶୁ ସୁରକ୍ଷା ୟୁନିଟ୍‌ । ଆଉ ସେମାନଙ୍କୁ ବାଳାଶ୍ରମରେ ଛାଡ଼ିଦିଆଯାଉଛି । ହେଲେ ସେଠି ସେମାନେ କ’ଣ କରୁଛନ୍ତି, କିଭଳି ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ସେକଥା ଦେଖିବାକୁ ସତେ ଯେମିତି କେହି ନାହିଁ ।

{"id":220960,"sizeSlug":"large"}

ଇଏ ହେଉଛି ଯାଜପୁର ବାଳାଶ୍ରମର ଜଣେ ଶିଶୁ । ଯାହାକୁ କିଛି ଦିନ ତଳେ ଶିଶୁ ସୁରକ୍ଷା ସମିତି ଉଦ୍ଧାର କରି ବାଳାଶ୍ରମରେ ଛାଡ଼ିଥିଲା । ହେଲେ ସେ ବାଳାଶ୍ରମ ଛାଡ଼ି ବିଭିନ୍ନ ସମୟରେ ଭିକ୍ଷାବୃତ୍ତି କରିବାକୁ ଯାଉଥିବା ଖୁଲମ୍‌ ଖୁଲା କହୁଛି । ଏହାକୁ ଦେଖିଲେ କ’ଣ ବୁଝି ହେଉଛି ? ଏୟା ଯେ, ଏଠି ଧର୍ମକୁ ଆଖି ଠାର ମାରି ଚାଲିଛି ଶିଶୁ ସୁରକ୍ଷା ଅଭିଯାନ । ରାସ୍ତାକଡ଼ରୁ ଶିଶୁ ଶ୍ରମିକ, ନିର୍ଯାତିତ ଓ ଅସହାୟ ଶିଶୁଙ୍କୁ ଉଦ୍ଧାର କରି ବାହାଦୁରୀ ମାରୁଛି ଶିଶୁ ମଙ୍ଗଳ ସମିତି କିମ୍ବା ଶିଶୁ ସୁରକ୍ଷା ୟୁନିଟ୍‌ । ଆଉ ନିକଟରେ ଥିବା ବାଳାଶ୍ରମରେ ସେମାନଙ୍କୁ ଛାଡ଼ିଦେଇ ନିଜ ଦାୟିତ୍ବ ସାରିଦେଉଛି । ହେଲେ ସେଠାରେ ଏଇ ପିଲାମାନେ କ’ଣ କରୁଛନ୍ତି,  କିଭଳି ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ସେକଥା ଦେଖିବାକୁ ସତେ ଯେମିତି କେହି ନାହିଁ ଭିଓ -   ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏଇ ଖାମଖିଆଲି ବୟାନ୍‌ ହିଁ ଆମ ସଂଦେହକୁ ଆହୁରି ବଳ ଦେଉଛି । ସେପଟେ ଏଭଳି ଘଟଣାରେ ବାଳାଶ୍ରମ କର୍ତ୍ତୃପକ୍ଷ ତାଙ୍କ ଅସହାୟତା ପ୍ରକାଶ କରୁଛନ୍ତି ।

{"id":220961,"sizeSlug":"large"}

ଶିଶୁ ସୁରକ୍ଷା ପାଇଁ ସରକାରଙ୍କ ଯୋଜନା କିଛି କମ୍‌ ନାହିଁ । ଏଥି ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ହେଲେ ଯାଜପୁର ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ସେ ସବୁ ଯେମିତି ମୂଲ୍ୟହୀନ ହୋଇଯାଇଛି । ପିଲା ମନଇଚ୍ଛା ବାଳାଶ୍ରମରୁ ବାହାରି ବାହାରେ ବୁଲୁଛନ୍ତି । ଦିନ ଦିନ ଧରି ନଖୋଜ ହୋଇଯାଉଛନ୍ତି । ପୁଣି ଧରା ହୋଇ ଆସୁଛନ୍ତି । ଏ ପ୍ରକାର ପାଲା ସବୁବେଳେ ଚାଲିଛି । ହେଲେ ଶିଶୁମାନେ ଏଠାରେ କେମିତି ପଢ଼ିବେ ଆଉ କେମିତି ବଢ଼ିବେ ସେ ବାବଦରେ ଯେମିତି କାହାର ଚିନ୍ତା ନାହିଁ । ନା’ ସିଡବ୍ଲୁସି ଅଧିକାରୀଙ୍କର ନା’ ବାଳାଶ୍ରମ କର୍ତ୍ତୃପକ୍ଷଙ୍କର । ଏମିତି ଏସବୁ ପ୍ରତି ମଧ୍ୟ ସ୍ଥାନୀୟ ପ୍ରଶାସନ ଯେମିତି ସମ୍ପୂର୍ଣ୍ଣ ଆଖି ବୁଜିଦେଇଛି । ତେଣୁ ଏସବୁ ଦେଖି ଶିଶୁ ସୁରକ୍ଷା ଗୋଟେ ପ୍ରହସନ ପାଲଟିଛି ବୋଲି ସାଧାରଣରେ ଅନୁଭବ ହେଲାଣି ।

{"id":220962,"sizeSlug":"large"}

କେବଳ ଦରମା ଗଣ୍ଡାକ ପାଇଁ ଚାକିରି ବଞ୍ଚାଇବା ହେଉ କି ସରକାରୀ ଅନୁଦାନକୁ ଆତ୍ମସାତ୍‌ କରିବାକୁ ଏମିତି ଖାମଖିଆଲି ଢ଼ଙ୍ଗରେ ଶିଶୁ ସୁରକ୍ଷା ଅଭିଯାନ ଚାଲିଛି । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ସହ ପୂରା ବ୍ୟବସ୍ଥାକୁ ମନିଟରିଂ କରିବାର ଆବଶ୍ୟକତା ରହିଛି ।

{"id":220963,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.