KBCରେ ଦୀପକ ଚହରଙ୍କ ବିଷୟରେ ପଚରାଗଲା ପ୍ରଶ୍ନ, ପ୍ରତିଯୋଗୀଙ୍କ ପାଖରେ ନଥିଲା ଉତ୍ତର, ହରାଇଲେ ଏତେ ବଡ ପୁରସ୍କାର ରାଶି

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩।୦୧: ଅମିତାଭ ବଚ୍ଚନଙ୍କ ସବୁଠୁ ଚର୍ଚ୍ଚିତ ଓ ଲୋକ ପ୍ରିୟ ସୋ କୌନ ବନେଗା କରୋଡପତି ୧୨ରେ ଉତ୍ତରାଖଣ୍ଡର ଅମନ କୁମାର ବଡ ପୁରସ୍କାର ଜିତି ପାରିବାରୁ ବଞ୍ଚିତ ହୋଇଛନ୍ତି। ଫାଷ୍ଟେଷ୍ଟ ଫିଙ୍ଗରର ବିଜେତା ହୋଇ ହଟ୍‌ ସିଟ୍‌ ପର୍ଯ୍ୟନ୍ତ ପହଞ୍ଚିଥିବା ଅମନ ଗୋଟିଏ ପରେ ଗୋଟିଏ  ପ୍ରଶ୍ନର ଉତ୍ତର ଦେଇ ଭଲ ଖେଳୁଥିଲେ। ଏମିତି ସେ ସାଢେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ହେଲେ ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇନପାରିବାରୁ ତାଙ୍କୁ ୬ ଲକ୍ଷ ୪୫୦ ହଜାର ଟଙ୍କାରେ ବାଧ୍ୟ ହୋଇ ଖେଳ ଛାଡିବାକୁ ପଡିଥିଲା। ଲାଇଫ ଲାଇନ ନଥିବା କାରଣରୁ ସେ ଚହରଙ୍କ ସମ୍ବନ୍ଧିତ ସାଢେ ୧୨ ଲକ୍ଷ ଟଙ୍କାର ପ୍ରଶ୍ନ ଉପରେ ରିସ୍କ ଉଠାଇବାକୁ ଚାହିଁନଥିଲେ। ଅମନଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାନଥିଲା। କିନ୍ତୁ ଆପଣଙ୍କୁ ବୋଧହୁଏ ଏହି ପ୍ରଶ୍ନର ଉତ୍ତର ଜଣାଥିବ।

ପ୍ରଶ୍ନ - ଟି-୨୦ ଅନ୍ତରାଷ୍ଟ୍ରୀୟ ହ୍ୟାଟ୍ରିକ୍ ନେଇଥିବା ପ୍ରଥମ ଭାରତୀୟ ପୁରୁଷ କ୍ରିକେଟ୍‌ର କିଏ ?

ଏ- ଦୀପକ ଚହର

ବି- ୟୁଜବେନ୍ଦ୍ର ଚହଲ

ସି- ଯଶପ୍ରୀତ ବୁମରା

ଡି- ଖଲିଲ ଅହମ୍ମଦ

wp:html
/wp:html

ଏହି ପ୍ରଶ୍ନର ସଠିକ୍ ଉତ୍ତର  ହେଉଛି ଚହର। ଚହର ଏହି ସଫଳତା ୨୦୧୯ରେ ବାଂଲାଦେଶ ବିପକ୍ଷରେ ନେଇଥିଲେ। ନାଗପୁରରେ ଖେଳା ଯାଇଥିବା ଏହି ମୁକାବିଲାରେ ଚହର ହ୍ୟାଟ୍ରିକ ସହିତ ୩.୨ ଓଭରରେ ୭ ରନ ଦେଇ ୬ ଓ୍ଵିକେଟ୍ ନେଇଥିଲେ। ବାଂଲାଦେଶ ଇନିଂସର ଶେଷ ଓଭରରେ ସେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ନିଜର ତୃତୀୟ ଓଭରର ଶେଷ ବଲ୍‌ରେ ଓ୍ଵିକେଟ୍ ନେବା ପରେ ଶେଷ ଓଭରର ପ୍ରଥମ ୨ଟି ବଲ୍‌ରେ ଓ୍ଵିକେଟ୍ ନେଇଥିଲେ। ଦୀପକ ଚହର ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍‌ରେ ହ୍ୟାଟ୍ରିକ ନେବାରେ ପ୍ରଥମ ପୁରୁଷ ଭାରତୀୟ କ୍ରିକେଟ୍‌ର। ମହିଳା ବିଭାଗରେ ଏକତା ବିଷ୍ଟ ଟି-୨୦ରେ ହ୍ୟାଟ୍ରିକ ନେବାରେ ପ୍ରଥମ ଭାରତୀୟ ବୋଲର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.