ଟୁଇନ ସିଟିରେ ନୂଆ ଟ୍ରାଫିକ ନିୟମ : ସଫଳତା ନେଇ ଉଠିଲାଣି ପ୍ରଶ୍ନ…

Published By : Prameya-News7 Bureau | August 27, 2019 IST

ଭୁବନେଶ୍ବର୨୭|୮: ଟୁଇନ ସିଟିରେ ନୂଆ ଟ୍ରାଫିକ ନିୟମ । ତେବେ ଏହି ନିୟମ ବିଷୟରେ ଏଯାଏ ଗାଡି  ଚାଳକ ଅବଗତ ନୁହନ୍ତି । ନୋ ଓଭରଟେକିଂ ଜୋନ ବିଷୟରେ ଅବଗତ ନାହାନ୍ତି କି ଲେନ ଡ୍ରାଇଭିଂ ବିଷୟରେ ବି ଅବଗତ ନାହାନ୍ତି ।

{"id":149782}

ଟୁଇନ ସିଟିରେ ସୁଧୁରିବ ଟ୍ରାଫିକ ବ୍ୟବସ୍ଥା ? ଟ୍ରାଫିକ ନିମୟକକୁ କଡାକଡି ଭାବେ ପାଳନ କରିବେକି କଟକ ଭୁବନେଶ୍ବର ବାସନ୍ଦା ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ତେବେ ଟୁଇନ ସିଟରେ ଟ୍ରାଫିକ ବ୍ୟବସ୍ଥାରେ ଆଣିବା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ ।

{"id":149783}

ଏହାକୁ ନେଇ ଉଭୟ ସହରରେ ନୂଆନିୟମ ଲାଗୁ କରଯାଇଛି । ନୋ ଓଭରଟେକିଂ ଜୋନ । ଲେନ ଡ୍ରାଇଭିଂ ଭଳି କିଛି ନୂଆ ନିୟମ ଉପରେ ଗରୁତ୍ବ ଦିଅଯାଇଛି । ମୁଖ୍ୟତଃ ଟ୍ରାଫିକ ଜାମ୍ କୁ ଦୂର କରିବା ପାଇଁ ଲେନ ଡ୍ରାଇଭିଂ ବ୍ୟବସ୍ଥା ଆରମ୍ଭ କରିଛି ।

{"id":149785}

କମିଶନରେଟ ପୋଲିସର ନୋ ଓଭରଟେକିଂ ଜୋନ, ଲେନ ଡ୍ରାଇଭିଂ ଭଳି ବ୍ୟବସ୍ଥାକୁ ନେଇ କିଛି ଗାଡି ଚାଳକ ଜାଣି ନ ଥିବା କହିଛନ୍ତି । ରାଜଧାନୀବାସୀ କିଛିକାଂଶରେ ଏହାକୁ ସ୍ବାଗତ ମଧ୍ୟ କରିଛନ୍ତି । ସେହିପରି ପୂର୍ବତନ ପୋଲିସ ପ୍ରଶାସକ ରାଜଧାନୀରେ ଏଭଳି ବ୍ୟବସ୍ଥାର ସଫଳତା ନେଇ ସନ୍ଦେହ ପ୍ରକଟ କରିଛନ୍ତି ।

{"id":149790}

ଅପରପକ୍ଷରେ ନୂଆ ଟ୍ରାଫିକ ନିୟମ ଲାଗୁ କରିବା ପରେ ଆଜିଠୁ କଡାକଡି ଯାଞ୍ଜ କରିଛି କମିଶନରେଟ ପୋଲିସ । ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୁତୟନ ହୋଇ ଚେକିଂ କରୁଛନ୍ତି । ଟୁଇନ ସିଟିରେ ଟ୍ରାଫିକ ନିୟମ କଡାକଡି ପାଳନ କରାଯିବ ବୋଲି ଆଡିସିନାଲ ପୋଲିସ କମିଶନର ସଞ୍ଜୟ ସିଂ କହିଛନ୍ତି ।

{"id":149791}

ଟୁଇନସିଟିରେ କମିଶନରେଟ ପୋଲିସର ନୂଆ ଟ୍ରାଫିକ ନିୟମ ସଫଳ ହେବେ କି । ଲୋକେ ଏହାକୁ କଡାକଡି ପାଳନ କରିବେ କି । ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.