କୋ-ଅପରେଟିଭ୍ ବ୍ୟାଙ୍କ ସଭାପତିଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ମାମଲା : ତଦନ୍ତରେ ବିଳମ୍ବ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | November 01, 2019 IST

କେନ୍ଦ୍ରାପଡା ୧।୧୧: କେନ୍ଦ୍ରାପଡ଼ା କୋ-ଅପରେଟିଭ୍ ବ୍ୟାଙ୍କ ସଭାପତିଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିବ କେବେ । ପୀଡ଼ିତାଙ୍କୁ ତାଙ୍କର ପୂର୍ବ କର୍ମକ୍ଷେତ୍ରକୁ ଆଣି ତଦନ୍ତ କରିବା ପାଇଁ ଯୋଜନା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

କେନ୍ଦ୍ରାପଡ଼ା ପୋଲିସ ବିଧିବଦ୍ଧ ତଦନ୍ତ ଆରମ୍ଭ କରିବାର ଥିଲା । ପୋଲିସ ପୀଡ଼ିତାଙ୍କୁ ନେଇ ବ୍ୟାଙ୍କ ପରିସରକୁ ଯିବାର ଯୋଜନା ଥିଲା । ସେଠାରେ ସିସିଟିଭି ଯାଂଚ କରିବା ସହ ବ୍ୟାଙ୍କ କର୍ମଚାରୀଙ୍କ ବୟାନ ରେକର୍ଡ଼ ମଧ୍ୟ  କରାଯିବ ବୋଲି କୁହାଯାଇଥିଲା ।  ହେଲେ ନଜରକୁ ଆସୁନି ପୋଲିସର ଆକ୍ସନ । ପୋଲିସର ଏଭଳି ଆକ୍ସନକୁ ଦେଖି ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଜିଲ୍ଲା ମହିଳା କଂଗ୍ରେସ ।

ପ୍ରଶ୍ନ ଉଠୁଛି ତଦନ୍ତର ଦ୍ବାହି ଦେଇ ପ୍ରସଙ୍ଗକୁ ହାଲକା କରିବାକୁ ଚେଷ୍ଟା କରୁଛି ପୋଲିସ। ଯାହାକୁ ନେଇ ତାତିଛି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ଏସପିଙ୍କୁ ଭେଟି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛି । ତଦନ୍ତରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କଲେ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।  ଏଭଳି ଏକ ସଂଗୀନ ଅଭିଯୋଗ ପରେ ବି  ପୋଲିସ କାହିଁକି ତଦନ୍ତରେ ବିଳମ୍ବ କରୁଛି ? ଏହା ପଛରେ କ’ଣ କାରଣ ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.