ଅନାହାରକୁ ନେଇ ପୁଣି ଗଳାଫଟା ରାଜନୀତି : ସୀତାଙ୍କୁ ମାରିବାକୁ କିଏ ବାଧ୍ୟକଲା ବୋଲି ଏମିତି କିଛି ପ୍ରଶ୍ନ ଥୋଇଛନ୍ତି ବିରୋଧୀ

Published By : Prameya-News7 Bureau | July 01, 2019 IST

ମାଲକାନଗିରି୧/୭:  ମାଲକାନଗିରିର ସୀତା ମାଡକାମୀ ଓ ପରିବାରର ଆତ୍ମହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଉଦବେଗ୍ । କେଉଁ ପରିସ୍ଥିତିରେ ଏଭଳି ଏକ ଚରମ ପଦକ୍ଷେପ ନେଲେ ସୀତା ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସୀତାକୁ ଉଦାହରଣ ଭାବେ ନେଇ ସରକାରଙ୍କ ସବୁ ଯୋଜନା କିଭଳି ଚାଲିଛି ଏବଂ କିଏ ହଡପ କରୁଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧି ।

{"id":129521}

ଭୋକର ଭୂଗୋଳରେ ପୁଣି ଓଡ଼ିଶା ।  ଅନାହାରକୁ ନେଇ ପୁଣି ଗଳାଫଟା ରାଜନୀତି।  ଅନାହାରରେ ଆଉ କିଏ ମରୁନାହାଁନ୍ତି କହି ସରକାର ଯେତେ ଗଳା ଫଟେଇ ଚିତ୍କାର କଲେ ବି ଏହାର ନଗ୍ନ ସତ୍ୟ କିନ୍ତୁ ବାରମ୍ବାର ପଦାକୁ ଆସୁଛି। ଦୁଇ ପିଲାଙ୍କୁ ବିଷ ଦେଇ ମାଲକାନଗିରିର ସୀତା ମାଡକାମୀ ଆତ୍ମହତ୍ୟା କରିବାକୁ ଆଧାର କରି ବିରୋଧି ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦୁଇମୁଠା ଖାଇବାକୁ ପାଇଲେନି, ଉତ୍କଟ ଦାରିଦ୍ର୍ୟରେ ପେଷି ହେଇଗଲେ ଆଉ ଶେଷରେ ଏଭଳି ଚରମ ପଦକ୍ଷେପ ନେଲେ ମାଲକାନଗିରି ଜିଲ୍ଲା ଗୋରିଗୁଡା ଗାଁର ସୀତା ମାଡ଼କାମି। ଆଜି ଏହାକୁ ନେଇ ବିଧାନସଭା କମ୍ପିଛି । ସୀତାଙ୍କ ସ୍ବାମୀ ୨ ମାସ ତଳୁ ପ୍ରାଣ ହରାଇଥିଲେ ବି ତାଙ୍କୁ ବିଧବା ଭତ୍ତା ମିଳିନଥିଲା। ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଆଦି ଯୋଜନାରେ ସୀତା ମାଡକାମୀଙ୍କ ପରିବାର କାହିଁକି ପକ୍କାଘର ଖଣ୍ଡେ  ପାଇନଥିଲେ । ରାସନ କାର୍ଡରେ ଥିଲେ ବି କାହିଁକି ଚାଉଳ ଦିଆଯିବାରେ ଅନିୟମିତତା ହେଉଥିଲା। । ତେଣୁ ସୀତାଙ୍କୁ ମରିବାକୁ କିଏ ବାଧ୍ୟକଲା ଏମିତି କିଛି ପ୍ରଶ୍ନ ଥୋଇଛନ୍ତି ବିରୋଧୀ।

{"id":129522}

ଘଟଣାର ତଦନ୍ତ ପାଇଁ ବାଚସ୍ପତି ନିର୍ଦେଶ ଦେବାକୁ ବିରୋଧୀ ଦାବି କରିଥିଲେ। ଆଉ ବାଚସ୍ପତି ବି ତୁରନ୍ତ ରାଜସ୍ବ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳଙ୍କ ରିପୋର୍ଟ ଆଣି ଗୃହରେ ଉପସ୍ଥାପନ କରିବାକୁ । କିନ୍ତୁ ନଗଡା ଓ ଦାନ ମାଝି ଏପିସୋଡରୁ ସରକାର କିଛି ଶିଖିଥିବା ମନେହେଉ ନାହିଁ । ରିପୋର୍ଟ ଆସିଲେ ଯାହା ପଦକ୍ଷେପ ନିଆଯିବ ବୋଲି ରାଜସ୍ବମନ୍ତ୍ରୀ କହିଛନ୍ତି ।

{"id":129523}

ସୀତାଙ୍କ ସ୍ବାମୀ କ୍ଷକ୍ଷ୍ମା ରୋଗରେ ପୀଡିତ ଥିଲେ । କିନ୍ତୁ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡିଥିଲେ । ସୀତା ଯଥାସମ୍ଭବ ଚେଷ୍ଟା କରିଥିଲେ ବି ଦୁଇ ସନ୍ତାନଙ୍କୁ ମୁହଁକୁ ଖାଇବାକୁ ମୁଠାଏ ଦେଇପାରୁନଥିଲେ । ସରକାରଙ୍କ ସବୁ ଯୋଜନାକୁ ଧିକ କରିଦେଇ ଶେଷରେ ସେ ବିଷ ପିଇଦେବାକୁ ବାଧ୍ୟ ହୋଇଥିବା ଅଭିଯୋଗ ହୋଇଛି।

{"id":129524}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.