ବୋର୍ଡ ପରୀକ୍ଷାରେ ବି ପଲିଟିକ୍ସ, ମଣିପୁର ଦ୍ବାଦଶ ପରୀକ୍ଷା ପ୍ରଶ୍ନରେ ବିଜେପିର ସଙ୍କେତ ଏବଂ ନେହେରୁଙ୍କ ଖରାପ ଗୁଣ !

Published By : Prameya-News7 Bureau | February 24, 2020 IST

ଇମ୍ଫାଲ୍ ୨୪।୦୨ : ମଣିପୁରର ଦ୍ବାଦଶ ଶ୍ରେଣୀ ରାଜନୈତିକ ବିଜ୍ଞାନ ପ୍ରଶ୍ନ ପତ୍ର ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ରାଜନୈତିକ ପ୍ରଶ୍ନପତ୍ରରେ ଦୁଇଟି ପ୍ରଶ୍ନ ଏମିତି ଥିଲା ଯାହାକୁ ନେଇ ବିବାଦ ଠିଆ ହୋଇଯାଇଛି। ପ୍ରଶ୍ନପତ୍ରରେ ଭାରତୀୟ ଜନତା ପାର୍ଟିର ନିର୍ବାଚନ ଚିହ୍ନ (ପଦ୍ମ) ଆଙ୍କିବା  ଏବଂ ରାଷ୍ଟ୍ର ନିର୍ମାଣ ତରଫରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଚାରୋଟି ନକରାତ୍ମକ ଗୁଣ ଲେଖିବା ପାଇଁ କୁହାଯାଇଥିଲା। ବିଜେପିକୁ ନିଜ ଦଳକୁ ପ୍ରଚାର କରିବା ପାଇଁ ଚେଷ୍ଟା କରୁଛି  ବୋଲି ବରୋଧୀ ଦଳ ଅଭିଯୋଗ କରିଛନ୍ତି । ଏବଂ ବିଜେପି ଦଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରୁଛି ବୋଲି ଅଭିଯୋଗ ଆସିଛି କରୁଛନ୍ତି।

ଶନିବାର ଦିନ ମଣିପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ।  ବିଜେପି ନିଜ ଦଳକୁ ପ୍ରଚାର ଓ ପ୍ରସାର କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ପ୍ରତି ଖରାପ ବ୍ୟବହାର ଆଣିବା ପାଇଁ ଚେଷ୍ଟା କରାଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।

 ରାଜ୍ୟ ପିସିସିର ମୁଖପାତ୍ର ଜୟକିଶନ କହିଛନ୍ତି ଯେ, ଏହି ପ୍ରଶ୍ନ ପିଲାଙ୍କ ମନରେ ଏକ ରାଜନୈତିକ ଚିନ୍ତାଧାରା ଆଣିବା ପାଇଁ ଚେଷ୍ଟା କରାଯାଉଛି। ଏଭଳି ପ୍ରଶ୍ନର କୌଣସି ଆବଶ୍ୟକତା ନଥିଲା। ଏନେଇ ଏହାର ଯାଞ୍ଚ କରାଯାଉ ବୋଲି ଦାବି କରାଯାଇଛି । ସେପଟେ ସିପିଆଇ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ମୋଇରଙ୍ଗଥମ ନାରା ଏହି ପ୍ରଶ୍ନ ଉପରେ ଆପତ୍ତି ଦେଖାଇ କହିଛନ୍ତି ଯେ, , ଶିକ୍ଷା ବ୍ୟବସ୍ଥାକୁ ରାଜନୈତିକ ରଙ୍ଗ ଦେବା ପାଇଁ ଚେଷ୍ଟା କରାଯାଉଛି। କୌଣସି ପ୍ରଶ୍ନ ସିଲାବସ୍ ବାହାରେ ନାହିଁ। ଏହି ପ୍ରଶ୍ନଟି ଭାରତରେ ପାର୍ଟି ସିଷ୍ଟମ ଉପରେ ଆଧାରିତ ଥିଲା। ଯାହା ରାଜନୀତି ବିଜ୍ଞାନର ସିଲାବସ୍ ଅଟେ ବୋଲି କାଉନସିଲ ଚ୍ୟାୟରମ୍ୟାନ୍ ଏଲ୍ ମହେନ୍ଦ୍ର ସିଂହ ଦାବି କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.