ଏତେ ନିୟମ ପରେ ବି ବେପରୁଆ ବ୍ୟବସ୍ଥା : ବାଇକ୍‌ରେ ବୁହାହେଉଛି ସିବିଏସଇ ପରୀକ୍ଷା ପ୍ରଶ୍ନପତ୍ର

Published By : Prameya-News7 Bureau | February 29, 2020 IST

ରାୟଗଡା ୨୯।୨: ପ୍ରଶ୍ନପତ୍ର ପରିବହନର ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଛି ରାୟଗଡା ସହରରେ । ଅତି ବେପରୁଆ ଭାବେ ବାଇକରେ ବୁହା ହୋଇଛି ସିବିଏସଇ ପରୀକ୍ଷା ପ୍ରଶ୍ନପତ୍ର । ସହର ଉପକଣ୍ଠରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ନିମନ୍ତେ କେନ୍ଦ୍ରକୁ ଅତ୍ୟନ୍ତ ବେପାରୁଆ ଭାବେ ପ୍ରଶ୍ନପତ୍ର ନିଆଯାଇଥିବା ଦେଖିବାକୁ ମିଳିଥିଲା ।

{"id":230677,"sizeSlug":"large"}

ଆଜି ହିନ୍ଦୀ ପରୀକ୍ଷା ଥିବାବେଳେ ସହରର ସିଣ୍ଡିକେଟ୍ ବ୍ୟାଙ୍କ ପରିସରରୁ ବିନା ପୋଲିସ ସହାୟତାରେ ଏହି ପ୍ରଶ୍ନପତ୍ର ପ୍ୟାକେଟ୍ ସଂଗ୍ରହ କରି ନିଆଯାଇଥିଲା । କେବଳ ଆଜି ନୁହେଁ ଆରମ୍ଭ ଦିନରୁ ହିଁ ଏହିଭଳି ପ୍ରଶ୍ନପତ୍ର ନିଆଯାଇଛି ।

{"id":230678,"sizeSlug":"large"}

ଫଳରେ ପ୍ରଶ୍ନପତ୍ର ଲିକ୍ ହେବା ଓ ହଜିବା ସମ୍ଭାବନା ମଧ୍ୟ ଦେଖାଦେଇଛି । କିନ୍ତୁ ଏଥିପ୍ରତି ଗୁରୁତ୍ବ ଦିଆଯାଇନାହିଁ। କେଉଁ କାରଣରୁ ଏହିଭଳି କାର୍ଯ୍ୟ ସମ୍ପାଦନ କରାଯାଉଛି ତାହାର ତଦନ୍ତ ଆବଶ୍ୟକ ହୋଇପଡିଛି । ଏହି କେନ୍ଦ୍ରରେ ୩ଟି ବିଦ୍ୟାଳୟର ୧୪୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉତିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.