Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପୁଣି ପ୍ରଶ୍ନପତ୍ର ଭାଇରାଲ :କଳାହାଣ୍ଡି ପରମାନନ୍ଦ ହାଇସ୍କୁଲ ସେଣ୍ଟର ସୁପରିଟେଣ୍ଡଣ୍ଟ ରବୀନ୍ଦ୍ର ମୁଣ୍ଡ, ଇନଭିଜିଲେଟର ବ୍ରଜେନ୍ଦ୍ର ବେହେରା ଓ ରିଲିଭର ପୁଷ୍ପାଞ୍ଜଳି ଦଳପତି ନିଳମ୍ବନ

2/03/2019 at 6:37 PM

କଟକ୨|୩: କ୍ରମାଗତ ଭାବେ ଶନିବାର ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଗଣିତ ବିଷୟର ସବୁ ସେଟ(ଏ, ସି, ଡି) ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଓ କଳାହାଣ୍ଡି ସମେତ କଟକ ଜିଲ୍ଲାରେ ମଧ୍ୟ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲ ଘୂରି ବୁଲୁଛୁ । ପ୍ରଶ୍ନପତ୍ର ସହ ଆଡ଼ମିଟକାର୍ଡ଼ ଫଟୋ ମଧ୍ୟ ଭାଇରାଲ ହୋଇଛି । ଗଣିତ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ ସ୍ବୀକାର କରିବା ସହ ଶୀଘ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ। ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ମାତୃଭାଷା, ଇଂରାଜୀ ପ୍ରଶ୍ନପତ୍ର  ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଏଥର ଦୁଇ ଦୁଇଟି ଜିଲ୍ଲାରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି।

ସବୁ ସତକର୍ତା ସତ୍ବେ ଥମୁନି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାରଇରାଲ । କ୍ରମାଗତ ଭାବେ ଭାଇରାଲ ହୋଇଚାଲିଛି ପ୍ରଶ୍ନପତ୍ର । ଶନିବାର ବଲାଙ୍ଗୀର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ଚାଲିଥିବା ବେଳେ D ସେଟ୍ ର ପ୍ରଶ୍ନ ସହ ଏକ ଆଡମିଟ୍ କାର୍ଡ ମୋବାଇଲରୁ ମାବାଇଲକୁ ଘୁରି ବୁଲିଥିଲା । କଳାହାଣ୍ଡି ଜିଲ୍ଲା ପରମାନନ୍ଦ ହାଇସ୍କୁଲ ସେଣ୍ଟରରୁ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଆଡମିଟ୍ କାର୍ଡରୁ ସ୍ପଷ୍ଟ ହୋଇଛି । କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସେଣ୍ଟର ରିଲିଭର ପୁଷ୍ଫାଞ୍ଜଳୀ ଦଳପତି ଏହି ଭାରଇରାଲ କରିଛନ୍ତି ।

 

ଗଣିତ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ତୁରନ୍ତ ଆକ୍ସନକୁ ଆସିଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି, ଗଣିତର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ବି ନେଇଛନ୍ତି ବୋର୍ଡ ସଭାପତି । ପରମାନନ୍ଦ ହାଇସ୍କୁଲ ସେଣ୍ଟର ସୁପରିଟେଣ୍ଡଣ୍ଟ ରବୀନ୍ଦ୍ର ମୁଣ୍ଡ, ଇନଭିଜିଲେଟର ବ୍ରଜେନ୍ଦ୍ର ବେହେରା ଓ ରିଲିଭର ପୁଷ୍ପାଞ୍ଜଳୀ ଦଳପତୀଙ୍କୁ ତୁରନ୍ତ ନିଳମ୍ବନ କରାଯାଇଛି । ଏମାନଙ୍କ ବିରୋଧରେ ଜୟପାଟଣା ଥାନାରେ ଜିଲ୍ଲା ଶିକ୍ଷା ଅଧିକାରୀ ଏତଲା ଦେଇଛନ୍ତି ।  

ପୂର୍ବରୁ ମାତୃଭାଷା ଓଡିଆ, ଇଂରାଜୀ ଓ ହିନ୍ଦି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା । ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୮ଜଣ ଗିରଫ ହୋଇଛନ୍ତି  । ଏତେ ସବୁ କଡ଼ା ପଦକ୍ଷେପ ସତ୍ବେ ପ୍ରଶ୍ନପତ୍ର କିଭଳି ଭାଇରାଲ୍‌ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ବାରା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଉଥିବା ଅଭିଯୋଗ ହେଉଛି ।

   Related Posts