Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଋଷ ରେଜିଷ୍ଟ୍ରେସନ କଲା ପ୍ରଥମ କୋଭିଡ-୧୯ ଭାକସିନ୍, ତଥାପି ଋଷର ଦାବି ଉପରେ ଉଠୁଛି ପ୍ରଶ୍ନ, କାହିଁକି ?

11/08/2020 at 6:31 PM

ନ୍ୟୁୟର୍କ, ୧୧|୦୮:  ଋଷ କରୋନା ଟିକା ପ୍ରସ୍ତୁତ କରିଛି । ଏହାକୁ ପ୍ରଥମ ଥର ପାଇଁ ମଙ୍ଗଳବାର ପ୍ରୟୋଗ କରାଯାଇଛି । କିନ୍ତୁ ବିଶ୍ୱର ଅନେକ ଦେଶ ଋଷର ଭାକସିନକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏପରିକି ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । ଆସନ୍ତୁ ଜାଣିବା କେଉଁ କାରଣରୁ ଋଷ ଉପରେ ଆଙ୍ଗୁଳି ଉଠୁଛି ।

ଋଷ ଉପରେ ପ୍ରଶ୍ନ ଉଠିବାର ସବୁଠାରୁ ବଡ କାରଣ ହେଉଛି ଯେ, ଭାକସିନ୍ ବାବଦରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ । କିନ୍ତୁ ବ୍ରିଟେନ ଓ ଆମେରିକା ଭାକସିନ୍ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରୁଛନ୍ତି । କେବେ ଟ୍ରାଏଲ ଆରମ୍ଭ ହେଲା, କେତେ ସମୟ ଲାଗିଲା ସମସ୍ତ ତଥ୍ୟ ଆମେରିକା ପ୍ରଦାନ କରିଛି । କିନ୍ତୁ ଋଷ ଅନେକ ତଥ୍ୟ ଲୁଚାଇଛି ।

କୌଣସି ଭାକସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଅଧିକ ସମୟ ଲାଗିଥାଏ . ହଜାର ହଜାର ଲୋକଙ୍କ ଉପରେ ଟ୍ରାଏଲ କରାଯାଏ । କିନ୍ତୁ ଋଷର କ୍ଲିନିକାଲ ଟ୍ରାଏଲ ଏବେସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ।

ଭାକସିନକୁ ପ୍ରଥମେ ମାଙ୍କଡ ଓ ପରେ ମଣିଷଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ଏଥିରେ ସଫଳତା ମିଳିଥିବା ଋଷ ଦାବି କରିଛି । କିନ୍ତୁ ଭାକସିନ୍ ପ୍ରସ୍ତୁତ କରୁଥିବା ସଂସ୍ଥା ଗାମାଲେୟା ଇନଷ୍ଟିଚ୍ୟୁଟ୍ ଭାକସିନର ନିୟନ୍ତ୍ରିତ ଟ୍ରାଏଲ କରିନାହିଁ । ଫଳରେ ଭାକସିନର ସୁରକ୍ଷା ଓ ବିପଦ ଉପରେ ଯାଞ୍ଚ ହୋଇନାହିଁ । ଋଷକୁ ଭାକସିନର ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଜବାବ ମିଲିନାହିଁ ।

ଆଉ କେହି ଦାବି କରୁଛନ୍ତି ଯେ, ରାଜନୈତିକ ସ୍ୱାର୍ଥ ପାଇଁ ଋଷ ତରବରିଆ ଭାବେ ଭାକସିନ ପ୍ରସ୍ତୁତ କରିଛି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଚେତାବନୀ ଦେଇସାରିଛି । କାରଣ ଋଷ ଟେଷ୍ଟିଂ ପ୍ରଣାଳୀରେ ପରିବର୍ତ୍ତନ କରିଛି । କିନ୍ତୁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ଭାକସିନ ସମ୍ପୂର୍ଣ୍ଣ ଭାବେ ପ୍ରଭାବୀ ଓ ସଫଳ ବୋଲି କହିଛନ୍ତି ।

ଆମେରିକା, କାନାଡା ଆଦି ଅଭିଯୋଗ କରିଛନ୍ତି ୟେ, ଋଷ ଭାକସିନର ତଥ୍ୟ ଚୋରି କରିବା ପାଇଁ ଚେଷ୍ଟା କରିଛି । ତେଣୁ ବିଶ୍ୱର ଅନେକ ଦେଶ ଋଷକୁ ବିଶ୍ୱାସକୁ ନେଉ ନାହାଁନ୍ତି ।

   Related Posts