ବିଧାନସଭା ପ୍ରଶ୍ନକାଳ : ୧୦ଟି କଳିଙ୍ଗ ମଡେଲ ସ୍କୁଲ କରିବାକୁ ଲକ୍ଷ୍ୟ, ଖୁବ୍ଶୀଘ୍ର ପ୍ରଣୟନ ହେବ କ୍ରୀଡାନୀତି
19/07/2019 at 2:48 PM

ଭୁବନେଶ୍ବର ୧୯|୭: ଆଜି ବିଧାନସଭା ପ୍ରଶ୍ନକାଳରେ ବିଭିନ୍ନ ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଛି । ଶକ୍ତି, ଅନୁସୂଚିତ ଜାତି, ଜନଜାତି, କ୍ରୀଡା ଏବଂ ଏମଏସଏମଇ ଆଦି ବିଭାଗ ଉପରେ ଆଲୋଚନା ହୋଇଛି ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୬ଟି ଆବାସିକ ବିଦ୍ୟାଳୟ ମଧ୍ୟରୁ ୧୩ଟି କାର୍ଯ୍ୟକ୍ଷମ ଥିବାବେଳେ ୩ଟି ଚାଲୁ ରହିଛି । ୧୦ଟି କଳିଙ୍ଗ ମଡେଲ ସ୍କୁଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରୁ ୪ ଟି ୧୮-୧୯ରୁ କାର୍ଯ୍ୟକ୍ଷମ ହୋଇଛି। ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନାଥ ସାରକା ।
ସେହିପରି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିଜ ବିଭାଗ ଉପରେ ପ୍ରଶ୍ନର ଉତ୍ତର ରଖିଥିଲେ । ରାଜ୍ୟରେ ୮୭ଟି ସ୍ଥାନରେ କ୍ଷୁଦ୍ର ଜଳ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ କରିବା ପାଇଁ ସର୍ଭେ କରାଯାଇଛି। ଏହି ସବୁ ସ୍ଥାନରେ କ୍ଷୁଦ୍ର ଜଳ ବିଦୁତ୍ କେନ୍ଦ୍ର ସ୍ଥାପନ ହେଲେ ୩୪୦ ମେଗାୱାଟ ଶକ୍ତି ଉତ୍ପାଦନ ହେବ ବୋଲି ସେ ସୂଚନାଦେଇଛନ୍ତି ।
ଅନ୍ୟପଟେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖିଛନ୍ତି । ରାଜ୍ୟ ସରକାର ଖୁବଶୀଘ୍ର ପ୍ରସ୍ତୁତ କରିବେ କ୍ରୀଡା ନୀତି । ରାଜ୍ୟରେ କ୍ରୀଡା ନୀତି ନଥିଲା । ଏଥିପାଇଁ କ୍ରୀଡ଼ା ନୀତି ବର୍ତମାନ ଡ୍ରାଫ୍ଟ ଷ୍ଟେଜରେ ରହିଛି। ଖୁବଶୀଘ୍ର ରାଜ୍ୟ ସରକାର ପ୍ରଣୟନ କରିବେ କ୍ରୀଡାନୀତି। ରାଜ୍ୟରେ କେତେଜଣ ଖେଳାଳି ଅଛନ୍ତି ସର୍ଭେ କରାଯାଇ ନାହିଁ। ୯୬ଜଣ କ୍ରୀଡ଼ାବିତଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦିଆଯାଇଛି। ଶ୍ରାବଣୀ ନନ୍ଦ ଓଏଚପିସି ଏବଂ ଦୂତୀ ଚାନ୍ଦଙ୍କୁ ଓଏମସିରେ ନିଯୁକ୍ତି ମିଳିଛି।